ଗାଡ଼ିଚୋର ରାକେଟକୁ ମାଡିବସିଲା ପୋଲିସ

0 203

ବାରଙ୍ଗ,୨୦।୨(ଏସଏସ ନିଉଜ)ଗାଡ଼ି ଚୋରି କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ସୋମବାର ଦିନ ଦୁଇଜଣ ଗାଡି ଚୋରକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ ବଡମ୍ବା ଅଞ୍ଚଳର ବିଜୟ ପ୍ରଧାନ (୨୧) ଓ ରଞ୍ଜିତ ବାରିକ (୨୦)। ସେମାନଙ୍କଠାରୁ ୫ଟି ଚୋରା ବାଇକକୁ ଜବତ କରିବା ସହିତ ୭ଟି ବିଭିନ୍ନ ଗାଡ଼ିର ଚାବିକୁ ଜବତ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶଯେ , ଗଞ୍ଜାମ ଅଞ୍ଚଳର ଦିପୁ ପ୍ରଧାନ ତ୍ରିଶୁଲିଆ ଛକରେ କିଛି କାମରେ ଆସିଥିବା ବେଳେ ତାଙ୍କର ପଲ୍ସର୍ ଗାଡ଼ି ଯାହାର ନମ୍ବର ଓଡ଼ି ୦୨ବିଏମ୍ ୫୪୨୨ ଗାଡ଼ିକୁ କେହି ଦୁର୍ବୃତ୍ତ ସେଠାରୁ ଚୋରି କରି ନେଇଯାଇଥିଲେ । ସେ ଏନେଇ ବାରଙ୍ଗଥାନାରେ ଗତ ୧୯ତାରିଖରେ ଲିଖିତଅଭିଯୋଗ କରିଥିଲେ । ପୋଲିସ ୫୩/ ୨୩କେଶନମ୍ବରରେ ଏକ ମକଦମା ରୁଜୁକରିତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ସମୟରେଜାଣିବାକୁ ପାଇଥିଲେ ,ବଡମ୍ବା ଅଞ୍ଚଳ ରଞ୍ଜିତ ଓ ତାର ସହଯୋଗୀ ବିଜୟ ତ୍ରିଶୂଳିଆ ଛକରୁ ବାଇକକୁ ଚୋରି କରିଥିଲେ । ପୋଲିସ ସେମାନ ଙ୍କୁ ସୋମବାରଦିନ ଗିରଫ କରିଥିଲେ । ସେମାନଙ୍କଠାରୁ ୫ଟି ଚୋରାଗାଡ଼ି ଜବତକରି କୋର୍ଟଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.