ପୁରୀମେନକେନାଲକୁ ଖସିଲା ବାଇକ

ବାରଙ୍ଗ,୨୩ା୨(ଏସଏସନିଉଜ)ଗୁରୁବାରରାତିରେ ପୁରୀମେନକେନାଲରେ ଏକ ବାଇକ ଖସିପଡି ବାଇକଚାଳକ ଗୁରୁତରଆହତ ହୋଇଛନ୍ତି ।ଆହତ ହୋଇଥିବା ବାଇକଚାଳକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ଥ ବାଲିପଡାଗାଁର ରାଜାଭଞ ଓରଫ ଘାତକ ।ରାଜା ଏକ ନମ୍ବରବିହିନ ହୋଣ୍ଡାସାଇନ ବାଇକ ଯୋଗେ ଦ୍ରୁତଗତିରେ ପୁରୀନେକେନାଲ ଦେଇ ଘରକୁ ଫେରୁଥିଲେ ।କଂଟାପାଟଣା ଗାଁମୁଣ୍ଡରେ ଭାରସମ୍ୟ ହରାଇ ବାଇକସହ କେନାଲ ମଧ୍ୟକୁ ଖସିପଡିଥିଲେ ।ଏହିସମୟରେ ସ୍ଥାନୀୟ ଗାଁର କିଛିଯୁବକ ଶୈାଚପାଇଁ କେନାଲକୁ ଯାଇଥିବାରୁ ପାଣିଭିତରୁ ସୁରକ୍ଷିତଭାବେ ବାଇକ ଓ ରାଜାକୁ ଉଦ୍ଧାର କରିଥିଲେ ମଧ୍ୟ ରାଜାଙ୍କ ଶରୀରର ବିଭିର୍ଣସ୍ଥାନରେ କ୍ଷତ ସୃଷ୍ଟିହୋଇଥିଲା ।ପରେ ସ୍ଥାନୀୟ ଲୋକମାନେ ୧୦୮ଆମ୍ବୁଲାନ୍ସ ଯୋଗେ ଚିକିସ୍‌।ପାଇଁ କଟକବଡମେଡିକାଲକୁ ପଠାଇଥିଲେ ।

- Advertisement -

Leave A Reply

Your email address will not be published.