ବନ୍ଧାହେଲେ ରାତ୍ରଜଗୁଆଳି

ବାରଙ୍ଗ,୨୩ା୨(ଏସଏସନିଉଜ) ବାରଙ୍ଗକଲେଜର ପାଚେରୀ ସହିତ କଲେଜରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗି ଦେଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ କଲେଜର ରାତ୍ରଜଗୁଆଳିକୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ତା୍‌ରାଜଗୁଆଳି ହେଉଛନ୍ତି ବାଙ୍କୀସିଂହନାଥପୁର ଗାଁର ଆକାଶକୁମାରଣା ।ଆକାଶ ବାରଙ୍ଗ କଲେଜରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି ।ବୁଧବାରଦିନ ସେ କଲେଜପାଚେରୀ ସହ କଲେଜରେ ଲାଗିଥିବା ସିସି କ୍ୟାମେରାକୁ ବାଡେଇଭାଙ୍ଗିଥିଲେ ।ଏହିଘଟଣା ଦେଖିବାପରେ କଲେଜର ଅଧ୍ୟାପକ ମନିନ୍ଦ୍ର କୁଅଁର ବିରୋଦ୍ଧ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ମନିନ୍ଦ୍ର ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ୪୫/୨୩କେଶନଂରେ ଏକ ମକଦ୍ଦମା ରୁଜୁକରି ଗୁରୁବାରଦିନ ଆକାଶ କୁମାର ରଣାଙ୍କୁ କୋର୍ଟଚାଲାଣ କରିଛି ।

 

- Advertisement -

Leave A Reply

Your email address will not be published.