୨୦୨୩ ମସିହା ଫେବୃଆରୀମାସ ୨୪ତାରିଖ ଶୁକ୍ରବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୪/୪ ,ସୂର୍ଯ୍ୟାସ୍ତ- ଘ୫/୪୬/୪ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି– ପଞ୍ଚମୀ ରାତ୍ରି ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ରାତ୍ରି ଘ୪/୫ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୨/୩୭ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସୂର୍ଯ୍ୟୋଦୟରୁ ରାତ୍ରି ଘ୧୨/୩୭ମି ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିମାନଙ୍କର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ– ବେଲଭକ୍ଷଣ ନିଷେଧ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୫୦ମି ରୁ ଘ୧୧/୫୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୮/୫୩ମି ରୁ ଘ୧୦/୨୬ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୭/୪୮ମି ମଧ୍ୟେ, ଘ୮/୩୬ମି ରୁ ଘ୧୧/୦ମି ମଧ୍ୟେ, ଘ୧/୨୪ମି ରୁ ଘ୩/୦ମି ମଧ୍ୟେ, ଘ୪/୩୫ମି ରୁ ସୂର୍ଯ୍ୟାସ୍ତ ଘ୫/୪୬ମି ପର୍ଯ୍ୟନ୍ତ, ରାତ୍ରି ଘ୭/୨୩ମି ରୁ ଘ୮/୫୯ମି ମଧ୍ୟେ, ଘ୩/୨୩ମି ରୁ ଘ୪/୧୧ମିପର୍ଯ୍ୟନ୍ତ।(ମାହେନ୍ଦ୍ରବେଳା)- ରାତ୍ରି ଘ୧୦/୩୫ମି ରୁ ଘ୧୧/୨୩ମି ମଧ୍ୟେ, ଘ୪/୧୧ମି ରୁ ନିଶାନ୍ତ ଘ୫/୪୭ମି ପର୍ଯ୍ୟନ୍ତ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ର କନ୍ୟାର ରାତ୍ରି ଘ୧୨/୩୭ମି ଗତେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ), କନ୍ୟାର ରାତ୍ରି ଘ୪/୫ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ସୁବର୍ଣ୍ଣ ଓ ହଳଦିଆବସ୍ତ୍ର ଦାନ। ଶାନ୍ତି କରଣୀୟ।
ମେଷ-ଆଜି ଆପଣଙ୍କଦିନ ମିଶ୍ରିତ ଫଳଦାୟୀରହିବ। ଖର୍ଚ୍ଚରଚିନ୍ତାରେ ମନ ଅଶାନ୍ତିରହିପାରେ କିନ୍ତୁ ସବୁ ଠିକହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣରଖିବେ, ଅନ୍ୟଥାକ୍ଷତି ହୋଇପାରେ। ଅଫିସର ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭହେବ। ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମଫଳଦାୟୀ ଅଟେ। କୌଣସିପ୍ରକାରର ସଙ୍କଟରେ ନପଡ଼ନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟକରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କସାଙ୍ଗରେ ଉଗ୍ରଚର୍ଚ୍ଚା କରିବେନାହିଁ, ଅନ୍ୟଥା କ୍ଷତିହେବାର ସମ୍ଭାବନାଅଛି। ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ। କୌଣସି ଧାର୍ମିକ କିମ୍ବା ମାଙ୍ଗଳିକପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ। ତୀର୍ଥ ଯାତ୍ରା ହୋଇପାରେ।
ବୃଷ-ଶାରୀରିକ ଏବଂ ମାନସିକରୂପରେ ସ୍ଵାସ୍ଥ୍ୟ ଭଲରହିବ। ଉତ୍ସାହ ଗୁଣ କୌଣସି ମଧ୍ୟ କାର୍ଯ୍ୟକୁ ଭଲଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟପ୍ରତି ଏକାଗ୍ରହେବା ସରଳରହିବ। ଧନଲାଭର ସମ୍ଭାବନାଅଛି। ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣଆଜି ଅସୁସ୍ଥତା ଅନୁଭବକରିପାରନ୍ତି। ନୂଆକାର୍ଯ୍ୟର ପ୍ରାରମ୍ଭଆଜି କରନ୍ତୁନାହିଁ। ବାଣୀ ଏବଂ ବଚନଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ। ଖାଇବାପିଇବା ଉପରେ ଧ୍ୟାନରଖିବେ। ବ୍ୟବସାୟକ୍ଷେତ୍ରରେ ବିଘ୍ନଉପସ୍ଥିତ ହୋଇପାରେ। ଉଚ୍ଚ ଅଧିକାରୀମାନଙ୍କ ସହିତ ଘର୍ଷଣର ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟାକରିବା ସହିତ ଶତ୍ରୁମାନଙ୍କସହିତ ବାଦବିବାଦ କିମ୍ବା ଉଗ୍ରଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ। କାର୍ଯ୍ୟରେ ସଫଳତାପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ, ଏଥିପାଇଁ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ।
ମିଥୁନ-ଆଜି ଆପଣଙ୍କଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତାସହିତ କଟିବ। ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣହେବ। ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ। ନକାରାତ୍ମକବିଚାରରୁ ଦୂରରେରୁହନ୍ତୁ। ଆୟଅପେକ୍ଷା ଖର୍ଚ୍ଚ ଅଧିକହୋଇପାରେ। ଆଜି ଆମୋଦପ୍ରମୋଦରେ ନିଜକୁ ଆପଣ ଭୁଲିଯିବାର ଦିନ ଅଟେ। ମନୋରଞ୍ଜନପ୍ରବୃତ୍ତିରେ ଆପଣ ମଜ୍ଜିରହିବେ। ମିତ୍ରମାନଙ୍କ ହିତ ଯାତ୍ରାର ଆୟୋଜନହେବ। ଭଲ ଖାଇବାପିଇବା ଏବଂ ଭଲବସ୍ତ୍ର ଉପଲବ୍ଧହେବ। ମଧ୍ୟାହ୍ନପରେ ଆପଣକିଛି ଅଧିକ ଭାବୁକହେବେ। ଏହା ମନରବ୍ୟଥା ବୃଦ୍ଧି କରିପାରେ। ପ୍ରଭୁଙ୍କରଭକ୍ତି ଏବଂ ଯୌଗିକଧ୍ୟାନରେ ମନକୁ ଶାନ୍ତିପ୍ରାପ୍ତି ହେବ।
କର୍କଟ-ଆପଣଙ୍କଦିନ ଆନନ୍ଦ ଏବଂ ଉଲ୍ଲାସରେକଟିବ। ବ୍ୟାପାରରେ ଲାଭହେବ ଏବଂ ଆୟରସ୍ରୋତରେ ବୃଦ୍ଧିହୋଇପାରେ। ମିତ୍ରମାନଙ୍କଠାରୁ ଲାଭହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କପାଇଁ ବିବାହରଯୋଗ ଭଲଅଛି। ଶାରୀରିକ ଏବଂ ମାନସିକସ୍ୱାସ୍ଥ୍ୟ ଭଲରହିବ। ବ୍ୟବସାୟର ବାତାବରଣ ଅନୁକୂଳ ରହିବ। ମା’ଘରୁ ଗୃହିଣୀମାନଙ୍କୁ ଭଲଖବର ମିଳିବ। ପାରିବାରିକବାତାବରଣ ମଧ୍ୟ ଅନୁକୂଳରହିବ। ଶତ୍ରୁମାନଙ୍କୁମଧ୍ୟ ଅଧିକ ଲାଭପ୍ରାପ୍ତି ହେବନାହିଁ। ଶାରୀରିକ ଏବଂ ମାନସିକରୂପରେ ଆପଣ ସୁସ୍ଥରହିବେ। ବୌଦ୍ଧିକଚର୍ଚ୍ଚାରେ ନିଜର ତାର୍କିକବିଚାରକୁ ପ୍ରଦାନ କରିବାପାଇଁ ସମୟ ଅନୁକୂଳଅଟେ। ସାମାଜିକରୂପରେ ସମ୍ମାନପ୍ରାପ୍ତି ହେବ। ଭାଗିଦାରୀରେ ମଧ୍ୟ ଲାଭ ହେବ।
ସିଂହ-ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ। ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ସହକର୍ମିମାନଙ୍କର ସହଯୋଗ ମିଳିବା ପରେ କାମ କରିବାରେ ଆନନ୍ଦ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ ହେବାକୁ ପଡ଼ିବ।
କନ୍ୟା-ଆଜିରଦିନ ବହୁତ ଶୁଭଅଟେ। ଧାର୍ମିକକାର୍ଯ୍ୟ ଏବଂ ଯାତ୍ରାପାଇଁ ସମୟ ଅନୁକୂଳଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳାମିତ୍ରମାନଙ୍କଠାରୁ ଲାଭହେବ। ଭାଇଭଉଣୀମାନଙ୍କଠାରୁ ଆର୍ଥିକଲାଭ ହେବ। ଆଜି ଶାରୀରିକଫୁର୍ତ୍ତି ତଥା ମାନସିକଉଲ୍ଲାସ ଏବଂ ଚେତନାଶକ୍ତିର ଅଭାବ ରହିବ। ସାମାଜିକରୂପରେ ଅପମାନ ନହେଉ, ଏହାର ଧ୍ୟାନରଖିବେ। ଧନହାନିହେବାର ଆଶଂକାଅଛି। କ୍ରୋଧଉପରେ ନିୟନ୍ତ୍ରଣରଖିବେ। କାର୍ଯ୍ୟରେ ସଫଳତା ନମିଳିବା କାରଣରୁ ନିରାଶା ହୋଇପାରେ। ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇପାରିବେ ଏବଂ ନୂଆବସ୍ତ୍ରର କ୍ରୟମଧ୍ୟ କରିବେ। ବାହନ ସୁଖ ମିଳିବ।
ତୁଳା-ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ଅଟେ। ପ୍ରିୟ ବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ। ଭାଗ୍ୟବୃଦ୍ଧି ହେବ। ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ। ପରନ୍ତୁ ମଧ୍ୟାହ୍ନପରେ ଆପଣଙ୍କମନରେ ଉଦାସରହିବ। ଶାରୀରିକରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି। ମାତାଙ୍କରସ୍ଵାସ୍ଥ୍ୟ ମଧ୍ୟ ବିଗିଡ଼ିପାରେ, ଏହାର ଧ୍ୟାନ ରଖିବେ।
ବିଛା-ଆଜି ଆପଣ ସାମାନ୍ୟ ଦୈନିକକାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦପ୍ରମୋଦରେ ବୁଡ଼ିରହିପାରନ୍ତି। କୌଣସି ମନୋରଞ୍ଜନସ୍ଥଳ କିମ୍ବା ପର୍ଯ୍ୟଟନସ୍ଥଳକୁ ଯାତ୍ରାକରି ମନ ପ୍ରସନ୍ନହେବ। ସମାଜରେ ମାନସମ୍ମାନ ମିଳିବ। ମିତ୍ର ତଥା ସ୍ଵଜନମାନଙ୍କସହିତ ବୁଲିବା ଆନନ୍ଦପ୍ରଦହୋଇପାରେ। ନିର୍ଦ୍ଧାରିତକାର୍ଯ୍ୟ ସମ୍ପନ୍ନ ନହେବା କାରଣରୁ ହତାସା ଅନୁଭବ କରିବେ। କୌଣସି ମଧ୍ୟ ମହତ୍ଵପୂର୍ଣ୍ଣକାର୍ଯ୍ୟ ଅଥବା ତାବିଷୟରେ ନିର୍ଣ୍ଣୟ ନେବାପାଇଁ ଉପଦେଶ। ପରିଜନ ତଥା ଭାଇଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ସମୟ କଟାଇବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ପାରିବେ। ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ। ଜୀବନରେ ଆଧ୍ୟାତ୍ମିକତାର ଅନୁଭୂତ ହେବ।
ଧନୁ-ଆଜିରଦିନ ଆପଣଙ୍କପାଇଁ ହର୍ଷୋଲ୍ଲାସରଦିନ ରହିବ। ପରିବାରରେ ଆନନ୍ଦରବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କମନ ପ୍ରଫୁଲ୍ଲିତରହିବ। ଆପଣଙ୍କସ୍ଵାସ୍ଥ୍ୟ ମଧ୍ୟ ଭଲରହିବ। ବ୍ୟବସାୟରେମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗମିଳିବ ଏବଂ ଆର୍ଥିକଲାଭ ହେବ। ଆଜିରଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କାର୍ଯ୍ୟସିଦ୍ଧି ଏବଂ ଲକ୍ଷ୍ମୀପ୍ରାପ୍ତିର ଯୋଗଅଛି। ଶାରୀରିକ ଏବଂ ମାନସିକରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ। ଏଥିପାଇଁ ପ୍ରତ୍ୟେକକାର୍ଯ୍ୟ କରିବାରେ ଆପଣଙ୍କୁ ଉତ୍ସାହମିଳିବ। ମଧ୍ୟାହ୍ନପରେ ଆପଣ କିଛିଦ୍ଵିଧାରେ ରହିବେ। ଘରେ ତଥା ବ୍ୟବସାୟରେ କାର୍ଯ୍ୟଭାରରହିବ। ଅଧିକ ଖର୍ଚ୍ଚ ହୋଇପାରେ।
ମକର-ପାରିବାରିକଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦବିବାଦ କରନ୍ତୁନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ, ଏହାର ଧ୍ୟାନରଖିବେ। ଅଫିସରେ ଉଚ୍ଚଅଧିକାରୀମାନଙ୍କର ଅସନ୍ତୋଷରସାମନା କରିବାକୁ ପଡ଼ିପାରେ। ବାଣୀ ଏବଂ ବଚନକାରଣରୁ ଭ୍ରାନ୍ତି ନହେଉ, ଏହାର ଧ୍ୟାନରଖିବେ। କ୍ରୋଧରମାତ୍ରା ବଢ଼ିଯିବାରୁ କୌଣସିବ୍ୟକ୍ତିଙ୍କ ସହିତ ଉଗ୍ରଚର୍ଚ୍ଚା କିମ୍ବା ବିବାଦ ନହେଉ ମନରେ ବ୍ୟଗ୍ରତା ରହିବ। ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟନେଲେ ମନ ଶାନ୍ତହେବ। ମଧ୍ୟାହ୍ନପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତରହିବ।
କୁମ୍ଭ-ଆଜି ଆପଣଙ୍କମନ ବହୁତ ସମ୍ବେଦନଶୀଳରହିବ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଭଲଅଟେ। ଆଜିରଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲଭାବରେ ସଂପନ୍ନହେବ। ମହିଳାମାନଙ୍କର ସୌନ୍ଦର୍ଯ୍ୟପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ। ଆଜିରଦିନ ସବୁକ୍ଷେତ୍ରରେ ଲାଭପ୍ରଦ ଅଟେ। ସାମାଜିକକ୍ଷେତ୍ରରେ ଆପଣ ଅଧିକ ସକ୍ରିୟରହିବେ ଏବଂ ତାର ଫଳସ୍ଵରୁପ ମାନସମ୍ମାନପ୍ରତିଷ୍ଠାରେ ମଧ୍ୟ ବୃଦ୍ଧିହେବ। ଶାରୀରିକସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକାଅଛି। ଏଥିପାଇଁ ଆବେଶପୂର୍ଣ୍ଣମନକୁ ନିୟନ୍ତ୍ରଣରେ ରଖିବେ। ଧନର ଅଧିକ ଖର୍ଚ୍ଚନହେଉ, ଏହାର ଧ୍ୟାନରଖିବେ। ଜୀବନସାଥୀଙ୍କସହିତ ତାଳମେଳର ଅଭାବରହିବ। ମାତାଙ୍କରସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ।
ମୀନ-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକପାଇଁ ଆଜିରଦିନ ଅତି ଉତ୍ତମଅଟେ। ଆପଣଙ୍କ ସୃଜନାତ୍ମକଶକ୍ତିଗୁଡ଼ିକରେ ବୃଦ୍ଧିହେବ। ବୈଚାରିକ ଦୃଢ଼ତା ଏବଂ ମାନସିକସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତାହେବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣସହଯୋଗ ମିଳିବ। ଆଜିର ଦିନ ସବୁପ୍ରକାରରେ ଆପଣଙ୍କପାଇଁ ଲାଭଦାୟୀ ଅଟେ। କୌଣସି ପରୋପକାରକାର୍ଯ୍ୟ ଆପଣଙ୍କଦ୍ଵାରା ହେବ। ବ୍ୟାପାରରେ ଉଚିତ ଆୟୋଜନଦ୍ଵାରା ବ୍ୟାପାରବୃଦ୍ଧି କରିପାରିବେ। ଉଚ୍ଚଅଧିକାରୀଗଣ ଆପଣଙ୍କକାର୍ଯ୍ୟର ପ୍ରଶଂସା ଆନନ୍ଦପୂର୍ବକ କରିବେ। ପିତା ଏବଂ ବଡ଼ଙ୍କର ଆଶୀର୍ବାଦ ଏବଂ ତାଙ୍କଠାରୁ ଲାଭମଧ୍ୟ ମିଳିବ। ଆୟରେ ବୃଦ୍ଧି ହେବାର ସମ୍ଭାବନାଅଛି।

ନୀତିବାଣୀ-ମଣିଷକୁ ବୁଝିବା ଓ ଚିହ୍ନିବାପାଇଁ ସମୟ ଲାଗେ।ହେଲେ କିଛିଲୋକ ବୁଝିଚିହ୍ନି ମଧý ଅବୁଝା ରହିଯାଆନ୍ତି,କାରଣ ସେମାନଙ୍କପାଇଁ ସମ୍ପର୍କ ବଡ ହେଇଥାଏ।
ବାସ୍ତୁଟିପ୍ପଣୀ-ବାସ୍ତୁଅନୁଯାୟୀ ସଜାଡନ୍ତୁ ଆଲମିରା ! ସକରାତ୍ମକଉର୍ଜା ପ୍ରବାହିତହେବା ସହ ଅଶାନ୍ତିରୁ ମିଳିଥାଏ ମୁକ୍ତି…
କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ ।ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ ।
ଘରେ ସାଧାରଣତଃ ସମସ୍ତଙ୍କର ଆଲମିରା ରହିଥାଏ । ହେଲେ ଏହାକୁ ନେଇ ମଧ୍ୟ ବାସ୍ତୁବିବୃତି ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ସର୍ବଦା ଆଲମିରାକୁ ଦକ୍ଷିଣ-ପଶ୍ଚିମଦିଗରେ ରଖନ୍ତୁ । ଏଭଳି କରିବାଫଳରେ ଘରକୁ ସକରାତ୍ମକଉର୍ଜା ପ୍ରବାହିତ ହୋଇଥାଏ । ଘରେ ଅଶାନ୍ତିରୁ ମୁକ୍ତି ମିଳିଥାଏ ।ସେହିଭଳି ସବୁବେଳେ ଆଲମିରାକୁ ସଜାଡି ରଖନ୍ତୁ । ପୋଷାକକୁ ସଜାଡି ରଖିବାଫଳରେ ଏହାର ଭଲ ପ୍ରଭାବ ଘରର ପରିବେଶଉପରେ ମଧ୍ୟ ପଡିଥାଏବୋଲି ବିଶ୍ୱାସରହିଛି । ସେହିଭଳି ଆଲମିରାର ଫ୍ରଣ୍ଟ ଡୋରରେ ମିରର ଲଗାଇବାରୁ ବଞ୍ଚିତ ରୁହନ୍ତୁ ।ଏପରି କରିବାଫଳରେ ନକରାତ୍ମକଉର୍ଜା ଘରେ ପ୍ରବାହିତ ହୋଇଥାଏବୋଲି ବିଶ୍ୱାସରହିଛି । ସେହିଭଳି ଶୋଇବାଘରେ ମଧ୍ୟ ମିରର ରଖନ୍ତୁନାହିଁ, ଏହା ବାସ୍ତୁଅନୁଯାୟୀ ଭଲ ହୋଇନଥାଏ ।ଆଜିର ଦିନଟି ମଙ୍ଗଳମୟ ହେଉା!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
