ବାରଙ୍ଗ,୨୩।୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ବହୁତଳ ରହଣିସ୍ଥଳରୁ ଲାପଟପ୍ ଚୋରି ହୋଇଥିବା ନେଇ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂଚନା ମୂତାବକ,ଗତ ବୁଧବାର ସକାଳ ୮ଟା ୩୫ମିନିଟ ସମୟରେ ଜଣେ ଅଚିହ୍ନା ଯୁବକ ନନ୍ଦନକାନନ ହାଇସ୍କୁଲ ପାଚେରି ଡେଇଁ ବହୁତଳ ରହଣିସ୍ଥଳ ଭିତରକୁ ପଶିଥିଲା।ସେଠାରେ ହାତରେ ଏକ କପଡା ବ୍ୟାଗ ଧରି ଏଣେତେଣେ ଘୂରିବୁଲିବା ସହିତ ରହଣିସ୍ଥଳର ଜଣେ ମହିଳା ଓ ପୁରୁଷ କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଥିଲେ।ତାପରେ କିଛି ସମୟ ଛାଡି ଯୁବକ ରହଣିସ୍ଥଳର ଦୁଇ ମହଲା କୋଠା ଉପରକୁ ଶିଢିରେ ଯାଇଥିଲା।ଘର (କର୍ମଚାରୀଙ୍କ ରହଣି ଘର) ଖୋଲା ରହିବା ସହ କୈାଣସି କର୍ମଚାରୀ ଘର ଭିତରେ ନଥିଲେ।ଏହାର ସୁଯୋଗ ନେଇ ଯୁବକ ଜଣକ ସାଙ୍ଗରେ ନେଇଥିବା କପଡା ବ୍ୟାଗ ଭିତରେ ଲାପଟପ୍ ପୁରାଇ ଚତୁରତାର ସହ ଖସି ପଳାଇଯାଉଥିବା ବେଳେ ଜଣେ ମହିଳା କର୍ମଚାରୀଙ୍କ ହାବୁଡରେ ପଡିଥିଲା।ନିଜକୁ ବ୍ୟାଟେରିଚାଳିତ ଗାଡି ଚାଳକ ପରିଚୟ ଦେବା ସହିତ ତାର ଫୋନ ନମ୍ବର ଦେଇ ଖସି ପଳାଇଥିଲା।ଗୁରୁବାର ସନ୍ଦ୍ୟାରେ ରହଣିସ୍ଥଳ ଦାୟିତ୍ବରେ ଥିବା ଠିକା ସଂସ୍ଥାର ସୁପର ଭାଇଜର ଅଶୋକ ବିଶ୍ବାଳ ଲାପଟପ୍ ରଖିଥିବା ସ୍ଥାନରୁ ନ ପାଇବାରୁ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିବା ସହ ବହୁତଳ ରହଣିସ୍ଥଳ ଟେଣ୍ଡର ନେଇଥିବା ମାଲିକଙ୍କୁ ଜଣାଇଥିଲା।ପରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲାପରେ ଜଣେ ଅଚିହ୍ନା ଯୁବକ ଆସି ଲାପଟପ୍ ଚୋରି କରିଥିବା ଜାଣିବାକୁ ପାଇଥିଲେ।ଏନେଇ ଆଜି ସନ୍ଦ୍ୟାରେ ସଂସ୍ଥାର ସୁପର ଭାଇଜର ଅଶୋକ ବିଶ୍ବାଳ ଥାନାରେ ଅଭିଯୋଗ କରିଛନ୍ତି।
