ପାଟଣାଗଡ଼,୨୪।୩(ଏସଏସ ନିଉଜ) ଅଜଣା ଗାଡ଼ି ଧକ୍କାରେ ଜଣେ ମୃତୁବରଣ କରିଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଧୁମଭଟା ଦେଓଗାଁ ନିକଟରେ ବାଇକ୍ରେ ଫେରିବା ବେଳେ ଦୁର୍ଘଟଣା ଘଟିଛି। ୩ ଜଣ ଷୋହଳ ପ୍ରହରୀ ଦେଖିଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବୁର୍ଲା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।