ହୋଇଛିକି ଥାଇରଏଡ,ଜାଣନ୍ତୁ କଣକରିବେ?

ଏହାକୁନେଇ ଆର୍ୟୁବେଦଚିକିତ୍ସକ ଡ଼ଃ ହିମାଂଶୁମହାନ୍ତି କଣକହୁଛନ୍ତି ଜାଣନ୍ତୁ?

0 160

ଆଜିକାଲି ଖାଦ୍ୟପେୟର ସମୟ ଠିକ ରହୁନଥିବାରୁ ଲୋକେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏଭଳି ଏକ ରୋଗ ହେଉଛି ଥାଇରଏଡ। ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହି ରୋଗରୁ ମୁକ୍ତି ପାଇବାପାଇଁ ପ୍ରାଚୀନଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା। ଏହାଦ୍ୱାରା ଥାଇରଏଡ ରୋଗୀମାନେ କିଛିମାତ୍ରାରେ ଆଶ୍ୱସ୍ତି ପାଇପାରିବେ ।
ଅଦା:-ପ୍ରାୟତଃ ସମସ୍ତଙ୍କଘରେ ସବୁବେଳେ ଅଦା ମହଜୁଦଥାଏ। ଅଦାର ଅନେକ ଔଷଧିୟଗୁଣ ରହିଛି। ଅଦାରେ ଅନେକଉପକାରୀ ଗୁଣ ମଧ୍ୟରହିଛି ଯଥା-ପୋଟାସିୟମ, ମ୍ୟାଗନେସିୟମ ଇତ୍ୟାଦି। ଯାହା ଥାଇରଏଡରୋଗରୁ ମୁକ୍ତିଦେଇଥାଏ ।ଅଦାରେ ଆଣ୍ଟି-ଇଂଫଲେମେଟରିଗୁଣ ଥିବାରୁ ଏହା ଥାଇରଏଡକୁ ବଢ଼ିବାରୁ ରୋକିଥାଏ ।
ଦହି ଓ କ୍ଷୀର:- ଥାଇରଏଡ ରୋଗୀମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର। କ୍ଷୀର ଓ ଦହିରେ କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ। ଏହା ଥାଇରଏଡ ଭୋଗୁଥିବା ପୁରୁଷଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରଖିବାରେ ସହାୟକ ହୋଇଥାଏ ।
ଗହମ ଓ ଯଅ:- ଥାଇରଏଡଗ୍ରନ୍ଥିକୁ ରୋକିବାପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତଆବଶ୍ୟକ। ଗହମ ଓ ଯଅ ଖାଇବାଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ ସମସ୍ୟା ଦୂରକରିବାରେ ସାହାଯ୍ୟ କରିଥାଏ ।

 

Leave A Reply

Your email address will not be published.