ମହିଳାଡାକ୍ତରଙ୍କ ବଦଳି ଦାବିକଲେ ଗ୍ରାମବାସୀ

0 118

ମେଣ୍ଢାଶାଳ,୮ା୬(ଏସଏସନିଉଜ)ଚନ୍ଦକାସରକାରୀପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳାଡାକ୍ତର ଫାର୍ମାସିଷ୍ଟ ଉପରକୁ ଗରମପାଣିପକାଇବା ସହ ମାଡମାରିବା ଭଳି ସଙ୍ଗିନ ଅଭିଯୋଗ ଆସିଛି ।ଘଟଣାପରେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଅଧିକ୍ଷକ ଗୁରୁବାରଦିନ ଆସି ଅନୁଧ୍ୟାନ କରିଫେରିଛନ୍ତି ।ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ସରଗରମ ଚର୍ଚ୍ଚା ଯୋର ଧରିଥିବାବେଳେ ଫାର୍ମାସିଷ୍ଟ ଜଣଙ୍କ ଚିକିତ୍ସିତ ହେଉଛନ୍ତି ।ଗୁରୁବାରଦିନ ସ୍ଥାନୀୟଲୋକମାନେ ମହିଳାଡାକ୍ତରଙ୍କ ବଦଳି ଦାବୀକରି ଡାକ୍ତରଖାନା ଆଗରେ ହୋହାହ୍ଲା କରିଛନ୍ତି ।
ପ୍ରକାସ ଯେ, ବୁଧବାର ଅପରାହ୍ନରେ ଚନ୍ଦକାସ୍ୱାସ୍ଥ୍ୟ କେନ୍ଦ୍ରରେ କୈ।ଣସି କାରଣକୁ ନେଇ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।ଏଥିରେ ଉତକ୍ଷିପ୍ତ ହୋଇ ମହିଳା ଡାକ୍ତର ବୈଜୟନ୍ତି ଜେନା ଫାର୍ମାସିଷ୍ଟ ଗୋବିନ୍ଦ ସାମଲଙ୍କୁ ଧକାପକାଇବା ସହ ତାଙ୍କ ଉପରକୁ ଗରମପାଣି ପକାଇ ଦେଇଥିଲେବୋଲି ସାମଲ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରଅଧିକ୍ଷକ ମୋହନଚରଣ ହେମ୍ରମଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି ।ଏବେ ସାମଲ କ୍ୟାପିଟାଲହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ଏହି ଘଟଣା ଜଣାପଡିବାପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା ।ଗୁରୁବାରଦିନ ସ୍ଥାନିୟ ଗ୍ରାମବାସୀମାନେ ମହିଳାଡାକ୍ତରଙ୍କ ବଦଳି ଦାବୀକରି ଡାକ୍ତରଖାନାରେ ହୋହାହ୍ଲା କରିଥିଲେ ।ଖବରପାଇ ଚନ୍ଦକା ପୋଲିସଆସି ଉତ୍ୟକ୍ତ ଗ୍ରାମ ବାସୀମାନଙ୍କୁ ବୁଝାସୁଜା କରି ଫେରାଇଥିଲେ।ଅନ୍ୟପଟେ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଘଟଣା ଉପରେ ଅନୁଧ୍ୟାନ କରିବାକୁ ଚନ୍ଦକା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଫେରିଛନ୍ତି । ସେ ତଦନ୍ତ ରିପୋର୍ଟ ସହ ସ୍ଥାନୀୟ ଲୋକ ମାନଙ୍କର କ୍ଷୋଭ ବିଷୟରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଅବଗତ କରିବେ ବୋଲି ମେଣ୍ଢାଶାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ କହିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.