ଆଜିର ରାଶିଫଳ

୨୦୨୩ମସିହା ଅଗଷ୍ଟମାସ ୨୬ତାରିଖ ଶନିବାର। ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରାଆରମ୍ଭ।ସୁର୍ଯ୍ୟୋଦୟ-ପ୍ରାତଃ ଘ୫/୩୩/୧୧ ,ସୂର୍ଯ୍ୟାସ୍ତ-ଘ୬/୪/୧ ,ଶ୍ରାବଣମାସ ,ଶୁଦ୍ଧଶୁକ୍ଳପକ୍ଷ ,ଶୌରିବାସ ,ତିଥି-ଦଶମୀ ରାତ୍ରିଘ୧୨/୮ମିପର୍ଯ୍ୟନ୍ତ ତଦନ୍ତେଏକାଦଶୀ।ନକ୍ଷତ୍ର- ଜ୍ୟେଷ୍ଠାନକ୍ଷତ୍ର ଦିବାଘ୯/୧୩ମିପର୍ଯ୍ୟନ୍ତ ତଦନ୍ତେ ମୂଳା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୧୨/୮ମି ପରେ ଆଗ୍ନେୟକୋଣରେ।ଶନିବାର ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଦିବା ଘ୯/୧୩ମିପରେ ତୁଳା ଓ କୁମ୍ଭରାଶିରଘାତଚନ୍ଦ୍ର ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିରଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୫/୩୩ମି ରୁ ଘ୭/୭ମିମଧ୍ୟେ, ଦିବାଘ୪/୨୮ମି ରୁ ଘ୬/୪ମିପର୍ଯ୍ୟନ୍ତ।ବାରବେଳା ଦିବାଘ୧/୨୧ମି ରୁ ଘ୨/୫୫ମି ପର୍ଯ୍ୟନ୍ତ।କାଳରାତ୍ରି ସୂର୍ଯ୍ୟାସ୍ତ ଘ୬/୪ମି ରୁ ଘ୭/୨୮ମି ମଧ୍ୟେ, ରାତ୍ରି ଘ୪/୮ମି ରୁ ଘ୫/୩୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୯/୩୪ମି ରୁ ଘ୧୨/୪୬ମିମଧ୍ୟେ, ରାତ୍ରି ଘ୮/୨୫ମି ରୁ ଘ୧୦/୪୯ମିମଧ୍ୟେ, ଘ୧୨/୨୫ମି ରୁ ଘ୨/୧ମି ମଧ୍ୟେ, ଘ୨/୪୯ମି ରୁ ଘ୪/ ୨୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ – ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବାଘ୯/୧୩ମି ମଧ୍ୟେ ଦଶମାସ ଗଣ୍ଡଦୋଷ ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା। ଘୃତପୂର୍ଣ୍ଣକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳତଣ୍ଡୁଳଦାନ। ରଜଶ୍ଚକ୍ରେ ପୁତ୍ରିଣୀ। ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ), ରାତ୍ରି ଘ୧୨ /୮ମିଗତେ ବାର ଓ ତିଥିଦୋଷହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ)। ଶୁଭକର୍ମ:- ନାହିଁ।
ମେଷ-ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀକାମ କରିବାପୂର୍ବରୁ ବଡ଼ଙ୍କ ମତନିଅନ୍ତୁ। ପାରିବାରିକଜୀବନ ସୁଖମୟ ହେବ।
ବୃଷ-କୌଣସି ବଡ଼କାମରେ ଲାଭହେବ। ଖୁସିଖବର ପାଇବେ। ସଙ୍ଗୀତନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମସମ୍ବନ୍ଧ ମଜଭୁତ ହେବ।
ମିଥୁନ-ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବକରିବେ। ଆପଣଙ୍କର ସବୁଇଚ୍ଛା ପୂରଣ ହେବ। ବିବାହିତଲୋକଙ୍କ ଜୀବନରେ ସବୁ ଭଲ ରହିବ।
କର୍କଟ-ମାନସିକଶାନ୍ତି ପାଇବାଲାଗି ଆଧୢାତ୍ମିକତା ବୃଦ୍ଧିକରନ୍ତୁ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକଦଖଲ ଦିଅନ୍ତୁନାହିଁ। ବେପାରସମ୍ବନ୍ଧରେ ଭଲଖବର ପାଇବେ।
ସିଂହ-ଜୀବନରେ କିଛି ନୂଆ କରିବାପାଇଁ ମନରେ ବିଚାର ଆସିବ। ଧାରଦେଇଥିବା ଅର୍ଥ ଫେରସ୍ତପାଇବେ। ପାରିବାରିକଦାୟିତ୍ବ ଭଲରେ ତୁଲାଇବେ।
କନ୍ୟା-ଅନ୍ୟମାନଙ୍କୁ ନିଜର ମନକଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆଚାକିରିର ସୁଯୋଗରହିଛି। ପାରିବାରିକଜୀବନ ସୁଖମୟ ହେବ।
ତୁଳା-ଧର୍ମକାର୍ଯ୍ୟରେ ସମୟବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟକରନ୍ତୁ, ଲାଭ ହେବ। ଅଫିସରେ ଲାଗିରହିଥିବାବିବାଦର ସମାଧାନ ହେବ।
ବିଛା-କୌଣସିକାମରେ ଅନୁଭବୀବ୍ୟକ୍ତିଙ୍କ ସାହାଯ୍ୟପାଇବେ। ରାଜନୀତିରେ କିଛି ଆଶା ପୂରଣହେବ। ଦାମ୍ପତ୍ୟସମ୍ବନ୍ଧରେ ମିଷ୍ଟତା ବଢ଼ିବ।
ଧନୁ-କାରବାରସମ୍ବନ୍ଧରେ ବରିଷ୍ଠଙ୍କସହିତ ଆଲୋଚନାକରିବେ। ଅଫିସରେ କୌଣସି କାମରେ ଅଧିକସମୟ ଲାଗିବ। ମାଆଙ୍କର ବିଶେଷଧୢାନ ରଖନ୍ତୁ।
ମକର-ବଡ଼କ˚ପାନି ସହିତ ଡିଲ୍‌ କରିବାରସୁଯୋଗ ମିଳିପାରେ। ଶିକ୍ଷାସମ୍ବନ୍ଧୀୟ ସବୁ ମାମଲା ସମାଧାନହୋଇଯିବ। ସ୍ବାସ୍ଥ୍ୟଦୃଷ୍ଟିରୁ ସୁସ୍ଥ ସବଳରହିବେ।
କୁମ୍ଭ-ବ୍ୟବସାୟରେ ଯଥେଷ୍ଟଲାଭ ପାଇବେ। ସମାଜରେ ପ୍ରତିଷ୍ଠାବୃଦ୍ଧି ପାଇବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ମୀନ-ସମାଜରେ ଆପଣଙ୍କୁ ଆଦରସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। ଖରିଦବିକ୍ରିପାଇଁ ଦିନଟିଭଲ। ଛାତ୍ରଙ୍କୁ କୌଣସି ଭଲ ଖବର ପାଇବେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

- Advertisement -

Leave A Reply

Your email address will not be published.