ରାଜ୍ୟରେ ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି

0 243

ଭୁବନେଶ୍ୱର:୬/୫(ଏସ୍ଏସଏନ୍)  ରାଜ୍ୟରେ ଏବେ ପୁଣି ନୂଆ ୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜେଟିଭ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଜଗତସିଂହପୁରରେ ପ୍ରଥମ ଥର ପାଇଁ କରୋନା ଛୁଇଁଛି ।

ଏହି ଜିଲ୍ଲାରେ ଏକାଥରକେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରେ ପ୍ରଥମେ  ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ସୁସ୍ଥ ହଲା ପରେ ଏହି ଜିଲ୍ଲାକୁ ଗ୍ରୀନ ଜୋନ ବୋଲି ଘୋଷଣା ହୋଇଥିଲା । ଏବେ ପୁଣି ଜଣେ ଚିହ୍ନଟ ହେବା ପରେ ଜିଲ୍ଲା ଏବେ ଆକ୍ରାନ୍ତ ତାଲିକାକୁ ଆସିଗଲା । ଫଳରେ ରାଜ୍ୟର ଅଧାରୁ ଅଧିକ ଜିଲ୍ଲା ଏବେ କରୋନା ଆକ୍ରାନ୍ତ ହେଲାଣି ।ରାଜ୍ୟରେ ଆଜି ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ରେ ପହଁଚିଛି । ଅନ୍ୟପଟେ ୬୧ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.