ମେଣ୍ଢାଶାଳରେ ସରିଲା ବିଶ୍ୱଶାନ୍ତି ମହାଯଜ୍ଞ

 

ମେଣ୍ଢାଶାଳ,୨୩।୫(ଏସଏସନିଉଜ)ପ୍ରତ୍ୟକବର୍ଷ ଭଳି ଚଳିତ ବର୍ଷ ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ସମ୍ମୁଖରେ ଚାରିଦିନ ବ୍ୟାପି ୩୩ତମ ବିଶ୍ୱ ଶାନ୍ତିମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ସୋମବାରଠାରୁ ଏହି ମହାଯଜ୍ଞ ଆରମ୍ଭ ହୋଇଥିଲା। ସୋମବାର ଅଙ୍କୁରରୋପଣ, ମଙ୍ଗଳବାର ଜଳଯାତ୍ରା, ଶଲାମଣ୍ଡନ,ଦେବତା ଆବାହନ ଓ଼ ଅଗ୍ନିସ୍ଥାପନ,ବୁଧବାର ରୁଦ୍ରାଭିଷେକ ଓ଼ ଶ୍ରୀମଦ ଭଗବତ ଗୀତାଜ୍ଞାନଯଂଜ୍ଞ କରାଯାଇଥିବା ବେଳେ ଗୁରୁବାରସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଯାଇଛି ।ଏହି ଯଂଜ୍ଞରେ କର୍ତ୍ତାରୂପେ ମେଣ୍ଢାଶାଳ ବାସୁଦେବମନ୍ଦିର କମିଟି ମାର୍ଫଦାର ପ୍ରଫୁଲ୍ଲ କୁମାରଶ୍ରୀଚନ୍ଦନ ରହିଥିବାବେଳେ ଯଜ୍ଞଅନୁଷ୍ଠାନକୁ ପଣ୍ଡିତ ରମେଶଚନ୍ଦ୍ର, ପ୍ରସନ୍ନକୁମାରରଥ, ଆଲୋକ କୁମାରକର, ଲକ୍ଷ୍ମୀଧରପ୍ରହରାଜ ଓ଼ ପିଣ୍ଟୁଦାସ ଚାରିଦିନ ବ୍ୟାପି ଉପସ୍ଥିତ ରହି ପରିଚାଳନା କରିଥିଲେ(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.