ବାଇକ୍-ସ୍କୁଟି ମୁହାଁମୁହିଁ ଧକ୍କା, ଦୁଇ ମୃତ

ନୁଆପଡା,୪ା୭(ଏସଏସନିଉଜ)ନୂଆପଡା ଜିଲ୍ଲା ବେଲଟୁକୁରି ଥାନା ଶରଧାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।ଦୁଇ ମୃତକ ବିଳାସପୁର ଗାଁର ଦୀଲିପ୍ ଭୋଈ ଏବଂ ତୁଳାରାମ ବୋଲି ଜଣାପଡିଛି । ଆଜି ସକାଳେ ବିଳାସପୁର ଗାଁ’ର ଦୀଲିପ୍ ଏକ ସ୍କୁଟି ଯୋଗେ ଖରିଆର ରୋଡ୍ ରୁ ସ୍କୁଟି କିଣି ଫେରୁଥିଲେ । ଏତିକିବେଳେ ସରଧାପୁର ଗାଁ’ର ତୁଳାରାମ ତାଙ୍କ ସ୍ତ୍ରୀ ଏବଂ ୩ ବର୍ଷର ଶିଶୁକୁ ଧରି ଏକ ବାଇକ୍ ଯୋଗେ ଛତିଶଗଡ ଯାଉଥିଲେ । ସରଧାପୁର ଛକ ନିକଟରେ ସ୍କୁଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

- Advertisement -

Leave A Reply

Your email address will not be published.