ମଇମାସ ୨୫ତାରିଖ୨୦୨୫ମସିହା(ରବିବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ଦିବାଘ୦୩/୪୭ଗତେ ଚତୁର୍ଦ୍ଦଶୀ, ନକ୍ଷତ୍ର-ଅଶ୍ଵିନୀ ଦିବା ଘ୧୧/୪୩ ଗତେ ଦ୍ଵିଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/ ୨୦,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୭ ଗତେ ପଶ୍ଚିମ, ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଦ୍ଦଶୀରପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୨ ଗତେ ଘ୦୧/୧୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୭ ଗତେ ଘ୦୯/୧୧ମଧ୍ୟେ ଓ ଘ୦୧/ ୧୮ ଗତେ ଘ୦୨/ ୦୩ମଧ୍ୟେ ଓ ରାତ୍ରି ଘ୦୭/୩୧ ଗତେ ଘ୧୦/୫୨ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୩୬ଗତେ ଘ୦୪/୨୫ ମଧ୍ୟେ,ଅଦ୍ୟ ବାଇଗଣ ଦିବା ଘ୦୩/ ୪୭ ଗତେ ବିରିଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟ ହେବ।ବିନା ସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବ କରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ।ବନ୍ଧୁଙ୍କ ସହିତ ରାତ୍ରି ଭୋଜନପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ।ଅଫିସ୍ର କୌଣସିକାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନହେବ।ପ୍ରତ୍ୟେକକାମ ବିବେକର ସହ କରନ୍ତୁ।ଆର୍ଥିକସ୍ଥିତିରେ ସୁଧାର ଆସିବ।ପ୍ରେମସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣକିଛି ଖାସ୍ କରିବାଲାଗି ଦିନଟି ଭଲରହିବ।ଅଚାନକ ଧନଲାଭ ହେବ।ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ।ପାରିବାରିକସମ୍ବନ୍ଧ ମଜଭୁତ ହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ।ବ୍ୟବସାୟରେ ମନପ୍ରାଣ ଢାଳି କାମକରିବେ ଏବ˚ ଯଥେଷ୍ଟ ଲାଭ ପାଇବେ।ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:- ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ।ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ ନେଣଦେଣ କରିପାରନ୍ତି।ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାରସ୍ତର ଉଚ୍ଚା ରହିବ।କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭମିଳିବ।ଅଫିସରେ ବାତାବରଣ ଅନୁକୂଳ ରହିବ।ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ।ଧନପ୍ରାପ୍ତିର ପ୍ରବଳଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:- ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ।ବ୍ୟବସାୟପାଇଁ ନୂଆପ୍ରସ୍ତାବ ଓ ଅନୁବନ୍ଧ ପାଇବେ।ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।ଅଚାନକ ଧନପ୍ରାପ୍ତି ହେବ।
ମକର:- ପିତାଙ୍କ କହିବାମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ।ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ।ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ।ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:- ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗପାଇବେ।ପ୍ରତିଷ୍ଠିତଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲଫଳାଫଳ ମିଳିବ।ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
ମୀନ:-ଦିନଟି ଆପଣଙ୍କପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ।ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ।ଯିବାକୁଥିବା ଯାତ୍ରା କଲ୍ୟାଣକାରୀ ହେବ।ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

