ସୋର,୨୬ା୬(ଏସଏସନିଉଜ)ଗତ ତିନିଦିନ ତଳେ ଶ୍ୱଶୁରଙ୍କ ମୃତୁ୍ୟଖବରପାଇ ଭଦ୍ରକଜିଲ୍ଲା ସାବରଙ୍ଗ ଗ୍ରାମରଜ୍ୱାଇଁ ଭାଗବତ ମଳିକ ଶ୍ୱଶୁର ଘରକୁ ଆସିଥିଲେ ।କୈ÷ାଣସି କାରଣକୁନେଇ ଗତକାଲି ରାତିରେ ମୃତ ଶଶୁର ଶ୍ୟାମସୁନ୍ଦରଙ୍କ ପୁତୁରା ରାଜାଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ପରେ ମାରଧର ହୋଇଥିଲା ।ଏହି ଘଟଣାରେ ରାଜା ଓ ତାଙ୍କର ତିନିଜଣ ସହଯୋଗୀମାନେ ମିଶି ଭାଗବତଙ୍କୁ ମରାଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।ସୈ÷ାଭଗ୍ୟବଶତ ଭାଗବତ ସେଠାରୁ ଖସିଆସି ରାତିସାରା ନଟାପଡା ନିକଟସ୍ଥ ଏକ ମନ୍ଦିର ବରଣ୍ଡାରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ସ୍ଥାନୀୟଲୋକେ ତାଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଆଜି ସକାଳେ ଦେଖି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇବାସହ ସୋର ପୁଲିସକୁ ଖବର ଦେଇଥିଲେ।କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଭାଗବତଙ୍କର ମୃତ୍ୟ ହୋଇଥିଲା। ପୁଲିସ ଡାକ୍ତରଖାନାରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
