ରାଜ୍ୟ ଶିଶୁବାଟିକା

ନିୟୋଜିତ ହେବେ ଶିଶୁ ସେବିକା

ଭୁବନେଶ୍ୱର,୨୯।୬(ଏସଏସନିଉଜ)ଶିଶୁ ସେବିକା ନିୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ନେଇଛନ୍ତି।ପିଲାଙ୍କ ଯତ୍ନନେବା ସହ ସହାୟତା କରିବେ ଶିଶୁ ସେବିକା।ପିଲାଙ୍କ ହାତଧୂଆ, ଖାଇବା, ଟଏଲେଟ୍‌ ଯିବାରେ ସହଯୋଗ କରିବେ।ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ସେମାନଙ୍କୁ ବୁଝାଇବେ।ପିଲାଙ୍କୁ ବହି, ଖେଳଣା ଆଦି ବିଭିନ୍ନ ସହାୟକ ଜିନିଷ ଯୋଗାଇବେ।ପିଲା କୌଣସି କାରଣରୁ ଅସୁସ୍ଥ ଥିଲେ ଶିକ୍ଷକଙ୍କୁ ଜଣାଇବେ।ପ୍ରତ୍ୟେକ ଦିନ ପିଲାଙ୍କ ଦିନ କେମିତି କଟିଲା ନୋଟ୍‌ ପ୍ରସ୍ତୁତ କରିବେ।ପାଚିକାମାନଙ୍କ ସମାନୁପାତିକ ହାରରେ ଦରମା ପାଇବେ ଶିଶୁ ସେବିକା।ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷାକାର୍ଯ୍ୟ ହାଲ୍‌କା କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

- Advertisement -

Leave A Reply

Your email address will not be published.