ପୁରୀ,୨୯।୬(ଏସଏସନିଉଜ)ପୁରୀ ଶରଧାବାଲିରେ ଅଘଟଣ ଘଟିଛି। ଠେଲାପେଲାରେ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରବିବାର ଥିବାରୁ ରାତିରୁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଥିଲା । ଭୋର ୪ଟାରେ ପହଡ଼ ଖୋଲିବା ପରେ ଦର୍ଶନପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିଲା।ଏହି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଜଗନ୍ନାଥପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛୁ କହିଛନ୍ତିଲ ସିଏମ୍।ଯେଉଁ ଭକ୍ତମାନଙ୍କର ଜୀବନଦୀପ ଶରଧାବାଲିରେ ଲିଭିଯାଇଛି ସେମାନଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।ଏହିଭଳି ଏକ ଦାରୁଣ ଦୁଃଖକୁ ସହିବା ନିମନ୍ତେ ଶକ୍ତି ଦେବାପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ସୁରକ୍ଷା ଅବହେଳାର ତୁରନ୍ତ ତଦନ୍ତ କରାଯିବ କହିଲେ ସିଏମ।ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶରଧାବାଲି ଅଘଟଣରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର।ପୁରୀ ଜିଲ୍ଲାପାଳ, ଏସ୍ପିଙ୍କୁ ବଦଳି କରାଯାଇଛି।ଏହାସହଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଚଞ୍ଚଳ ରାଣାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପିନାକମିଶ୍ରଙ୍କୁ ପୁରୀ ଏସ୍ପି ଭାବେ ଦାୟିତ୍ୱ ଦିଆଯାଇଛି।DCP ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀ ମଧ୍ୟ ନିଲମ୍ବିତ ହୋଇଥିବାର ଜଣାପଡିଛି।
