ବାରଙ୍ଗ,୨୮।୬(ଏସଏସନିଉଜ) ସାମାନ୍ୟ ବର୍ଷା ହେଲେ ତ୍ରିଶୁଳିଆ ଗାଁମୁଣ୍ଡ ବର୍ଷାଜଳରେ ଭରି ରହି ଯାତାୟତରେ ବାଧକ ସାଜିଛି।କେବଳ ଗାଁମୁଣ୍ଡ ନୁହେଁ ଗାଁର ଚତୁର୍ପାସ୍ଵ ବର୍ଷଜଳ ଭରିରହି ଗ୍ରାମବାସୀମାନେ ଏକପ୍ରକାର ଜଳବନ୍ଦୀ ଭାବେ ବର୍ଷାଦିନେ ରହିଥାନ୍ତି ।ବର୍ଷାଜଳ ନିଷ୍କାସନ ସ୍ଥାନ ଗୁଡ଼ିକୁ ଜବରଦାଖଲ ହେବା ଓ ଡ୍ରେନରେ ଠିକ୍ ଭାବେ ପାଣି ନଯିବାରୁ ଏହିଭଳି ପରିସ୍ଥିତି ଉପୂଜିଥାଏ।ବର୍ଷାଜଳ ନିଷ୍କାସନର ସ୍ଥାୟୀ ପ୍ରତିକାରପାଇଁ ଗ୍ରାମବାସିମାନେ ବହୁବାର ପ୍ରଶାସନିକ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀପ୍ରତିକାର ହୋଇପାରିନଥିଲା। ଗତ ଦୁଇଦିନହେବ ବର୍ଷା ଲାଗିରହି ଥିବାରୁ ଜଳବନ୍ଦୀ ଭଳି ସ୍ଥିତି ତ୍ରିଶୁଳିଆ ଗ୍ରାମମୁଣ୍ଡରେ ଉପୂଜିଥିଲା ।ଏଥିରୁ ସାମୟିକ ଭାବେ ମୁକ୍ତିପାଇବା ପାଇଁ ଗ୍ରାମବାସୀମାନେ ନିଜପକ୍ଷରୁ ଉଦ୍ୟମ ଆରମ୍ଭ କରିଛନ୍ତି।ଶନିବାର ସନ୍ଧ୍ୟାରେ ବର୍ଷା କମିବା ପରେ ତ୍ରିଶୁଳିଆଗ୍ରାମବାସୀ ମାନେ ଜେସିବିଲଗାଇ ବର୍ଷାଜଳକୁ ଅବରୋଧ କରିଥିବାସ୍ଥାନକୁ ସଫା କରିଛନ୍ତି।ଏହାପରେ ଗ୍ରାମମୁଣ୍ଡ ରେ ଜମି ରହିଥିବା ବର୍ଷାଜଳ କମିବାପରେ ଗ୍ରାମବାସୀ ଟିକେ ଆଶ୍ୱସ୍ତି ଅନୁଭବ କରିଛନ୍ତି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
