ପୁରୀ,୩।୭(ଏସଏସନିଉଜ)ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଗଜପତି ନିଜେ ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି।ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟତଃ ଶେଷ ହୋଇଛି।ବାହାର ରତ୍ନଭଣ୍ଡାର କାମ ଦିନେ ଦୁଇଦିନ ଭିତରେ ଶେଷ ହେବ।ଷ୍ଟୋନ୍ ଏଲିମେଣ୍ଟ ବଦଳା ସରିଛି, ମରାମତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।ନୂଆ ଷ୍ଟେନଲେସ୍ ଷ୍ଟିଲଗେଟ୍ ଓ ବର୍ମାଟିକ୍ ଗେଟ୍ ଲାଗିବ, ରୁପାଛାଉଣି ହେବ।
ବାହାର ରତ୍ନଭଣ୍ଡାର ବାହାରପାର୍ଶ୍ବ ମଧ୍ୟ ସଂରକ୍ଷଣ କରାଯାଇଛି।ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି ବୋଲି ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
Prev Post
Next Post
