ଭୁବନେଶ୍ବର,୩।୭(ଏସଏସନିଉଜ)ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥଯାତ୍ରା। ଜମ୍ମୁର ବେସ୍ କ୍ୟାମ୍ପରେ ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଆଜି ଭୋରରେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ତାରିଖରେ ଶେଷ ହେବ ଏହି ୩୮ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରାୟ୬୦୦ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକବାହିନୀ ମୁତୟନ କରାଯାଇଛି। ଏହି ସମୟରେ ଜମ୍ମୁ ଏବଂ କାଶ୍ମୀର ପୁଲିସ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି।
