ବାରଙ୍ଗ,୨।୭(ଏସଏସନିଉଜ) ଷଣ୍ଢପୁର ଗ୍ରାମ ନିକଟରେତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ଉପରେଥିବା ରେଳସୁରକ୍ଷା ବାଡ଼କୁ କେହିଅଜଣାଗାଡ଼ି ବୁଧବାର ଧକ୍କା ଦେବାରୁ ଭଙ୍ଗିଯାଇଥିବାର ଦେଖିବାକୁ ମିଳିଛି।
ପ୍ରକାଶଯେ, ଷଣ୍ଢପୁରଗାଁ ପାଖ ଏକ ଢ଼ାବା ନିକଟରେ ଥିବା ରେଳ ସୁରକ୍ଷା ବାଡ଼ଟି ବୁଧବାର ସକାଳ ୯ଟା ସୁଦ୍ଧା ଭାଙ୍ଗି ରାସ୍ତା ଉପରେ ପଡ଼ିରହିଥିବାରଦେଖିବାକୁ ମିଳିଥିଲା।ଏକ ଅଜଣାଗାଡ଼ି ଧକ୍କା ଦେବାରୁ ରେଳସୁରକ୍ଷା ବାଡ଼ଟି ଭାଙ୍ଗିକରି ମୁଖ୍ୟରାସ୍ତା ଉପରେ ପଡ଼ି ରହି ଯାତାୟାତରେ ବାଧା ସୃଷ୍ଟି କରିଥିଲା।ଏପରିକି ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ସ୍ଥାନୀୟ ଲୋକମାନେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ସୂଚନା ଦେଇଥିଲେ। ଫାଣ୍ଡି ପୋଲିସ ଠାରୁ ଖବରପାଇ ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ସାଧାରଣ ଲୋକଙ୍କ ଯାତାୟାତ ସୁବିଧା ପାଇ ଭଙ୍ଗା ସୁରକ୍ଷା ବାଡକୁ ରାସ୍ତା ଉପରୁ କାଢ଼ିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା। ଉଚ୍ଚ ଭାରିଯାନ ଯାତାୟାତରେ ରୋକ ଲଗାଇବା ପାଇ ରେଳ ବିଭାଗ ପକ୍ଷରୁ ରାସ୍ତାଉପରେ ସୁରକ୍ଷାବାଡକୁ ଲଗାଯାଇଥିଲା।କିନ୍ତୁ ବେପରୁଆ ଗାଡ଼ି ଚାଲକମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏପରି ବହୁବାର ଘଟୁଥିବାର ଦେଖିବାକୁ ମିଳିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
