ଭୁବନେଶ୍ୱର,୭ା୭(ଏସଏସନିଉଜ) ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବ୍ଲକ ପଶୁଚିକିତ୍ସା ଅଧିକାରୀ (BVO) ଶୁଭ ପ୍ରକାଶ ସୋରେନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁ । ଗୋ-ସୁଗମ ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କୁ ୫୪ ହଜାର ଟଙ୍କାର ସବସିଡି ପ୍ରଦାନ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଥିଲା ଭିଜିଲାନ୍ସ ।ଅଭିଯୋଗକାରୀ ଏବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଟୋଲ୍-ଫ୍ରି ନମ୍ବର ୧୦୬୪ରେ ଫୋନ୍ କରି ଜଣାଇଥିଲେ। ଅଭିଯୋଗ ଆଧାରରେ, ଭିଜିଲାନ୍ସ ପକ୍ଷରୁ ଯୋଜନା ମୁତାବକ, ଆଜି ଲାଞ୍ଚ ନେଲା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିବାସହ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରିଥିଲା ।ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ବିଭିଓ ଶୁଭ ସୋରେନଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା ।
