ପୁଣି ମରିଚିଆରେ ମାଙ୍କଡ ଆତଙ୍କ

0 437

ବାରଙ୍ଗ, ୮/୭(ଏସ୍‌ଏସ୍‌ନିୟୁଜ)ହନୁମାଙ୍କଡ ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।କେଉଁଠାରେ ନିର୍ବୋଧ ଶିଶୁ ଏବଂ କେଉଁଠି ବୃଦ୍ଧ ଲୋକ ମଧ୍ୟ ଏମାନଙ୍କ ଆକ୍ରୋସରୁ ବର୍ତ୍ତୁ ନାହାନ୍ତି।ଏହିଭଳି ଏକ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମରେ। ଉକ୍ତ ଗ୍ରାମର ସନାତନ ରାଉତ ନାମକ ବ୍ୟକ୍ତି କୌଣସି କାର୍ଯ୍ୟରେ ବାହାରକୁ ଯାଉଥିବା ସମୟରେ ଗ୍ରାମ ମୁଣ୍ଡ ମନ୍ଦିର ନିକଟରେ ଏକାଧିକ ମାଙ୍କଡ ତାଙ୍କ ଉପରକୁ ଆକ୍ରମଣ କରିଥିଲେ।ଫଳରେ ତାଙ୍କ ବାମ ପାର୍ଶ୍ଵ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ୍ ନିଆଯାଇ ପ୍ରାଥମିକ  ଚିକିତ୍ସା କରାଯାଇଛି । ଅନୁରୂପ ଭାବରେ ବିଗତ କିଛି ମାସ ମଧ୍ୟରେ ଗ୍ରାମର ଅନେକ ଲୋକ ଏହି ମାଙ୍କଡମାନଙ୍କର ଆକ୍ରମଣର ଶିକାର ହେଉଛନ୍ତି ।ବିଗତ ଦିନରେ ଗ୍ରାମର କିଛି ନିରୀହ ଶିଶୁ ମଧ୍ୟ ମାଙ୍କଡ ମାନଙ୍କ ଆକ୍ରମଣ ର ଶିକାର ହୋଇଥିଲେ। ମାଙ୍କଡମାନଙ୍କ ଉତ୍ପାତଯୋଗୁ କେବଳ ଜନ ସାଧାରଣ ନୁହେଁ ସେମାନଙ୍କ ଭାତହାଣ୍ଡିରେ ପ୍ରଭାବ ପକାଇଛି । ଲୋକମାନେ କରିଥିବା ପରିବାଫସଲ ମଧ୍ୟ ନଷ୍ଟ କରିଦେଉଛନ୍ତି । କରୋନା ମହାମାରୀ ଯୋଗୁ ସାଧାରଣଲୋକଙ୍କ ଆର୍ଥିକସ୍ଥିତି ଧିରେଧିରେ ଦୁର୍ବଳ ହେବାକୁ ଲାଗିଥିବାବେଳେ ହନୁମାଙ୍କଡମାନଙ୍କର ପରିବାଫସଲ ନଷ୍ଟ କରୁଥିବା ଘଟଣା ପରିବାଚାଷୀମାନଙ୍କୁ ବେଶ ଆଘାତ ଦେଇଛି ।ତେବେ ଗତ କିଛିମାସ ହେବ ମରଚିଆ ଗ୍ରାମରେ ହନୁମାଙ୍କଡମାନଙ୍କର ଦୌରାତ୍ମ୍ୟ  ଲାଗିରହିଥିବାରୁ ଗ୍ରାମବାସୀମାନେ ଅତିଷ୍ଠ ହୋଇପଡିଲେଣି ।ତୁରନ୍ତ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସାଧାରଣଲୋକଙ୍କ ଧନଜୀବନ ହାନୀ ସୃଷ୍ଟି କରୁଥିବା ହନୁମାଙ୍କଡମାନଙ୍କୁ ଘଉଡାଇବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି । (ବାରଙ୍ଗରୁ ଗୈାତମ ରାଉତ ଙ୍କ ରିପୋର୍ଟ)

Leave A Reply

Your email address will not be published.