ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୫ତାରିଖ ୨୦୨୫ମସିହା (ଗୁରୁବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ତୃତୀୟା ଦିବା ଘ୦୬/୪୫ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/ ୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୩୮/୧୭,ତୁଳା ଓ କୁମ୍ଭ ରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା ଓ ବାରବେଳା- ଦିବା ଘ ୦୨/୪୦ଗତେ ଘ ୦୫/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୫ ମଧ୍ୟେ ଓ ଘ ୦୨/୪୦ଗତେ ଘ୦୨/୩୯ମଧ୍ୟେ ଓ ରାତ୍ରି ଘ ୦୬/ ୨୬ଗତେ ଘ୦୯/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ମୂଳା ଭକ୍ଷଣ ନିଷେଧ।
ମେଷ:-ଆଜିର ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରିବେ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ ।ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବାଲୋକଠାରୁ ଦୂରେଇରୁହନ୍ତୁ
ବୃଷ:-ଆଜି ଲୋକମାନଙ୍କସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧରହିବ।ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦ ରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।ପରିଶ୍ରମ ଅନୁପାତରେ କମସଫଳତା ମିଳିବ।ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତ କାର୍ଯ୍ୟରେ ଆପଣଦ୍ୱନ୍ଦ୍ୱ ଅନୁଭବକରିବେ।ମାତା ଏବଂ ମହିଳା ମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବକରିବେ।ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିରଦିନ ଭଲ ରହିବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସିରହିବେ।ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶାରହିବ। ଆର୍ଥିକଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରିପାରିବେ।
ସିଂହ:-ଦୂରରେ ବାସ କରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭହେବ। ପରିବାରରେ ସୁଖଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:- ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତକରି ନିଜରକାମ କାଢ଼ି ପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲରହିବ ଏବଂ ମନ ମଧ୍ୟ ସୁସ୍ଥରହିବ।ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତିହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:- ଆଜି ଆପଣ ଅନ୍ୟବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନାଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚରମାତ୍ରା ବଢ଼ିବ।ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗକରିବ।ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ।ବିବାହପାଇଁ ସଂଯୋଗ ବନିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତରରହିବ।ଆମୋଦ- ପ୍ରମୋଦ ସହିତ ଆପଣଙ୍କଦିନ କଟିବ।ଚାକିରି-ବ୍ୟବସାୟରେ ମାନସମ୍ମାନ ପ୍ରାପ୍ତିହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିରଦିନ ମିଶ୍ରଫଳଦାୟକ ପ୍ରମାଣିତହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆବିଚାରଧାରା ଉଦ୍ରେକହେବ। ତଥାପି ମଧ୍ୟ ମନର କୌଣସିକୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟାବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ :-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ।ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀ ଉପରେ ନିୟନ୍ତ୍ରଣ ନରହିବାକାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି।ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ :-ଆଜିର ଦିନ ସୁଖ-ଶାନ୍ତିରେ କଟିବ।ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ।ଉତ୍ତମ ବୈବାହିକ ସୁଖପ୍ରାପ୍ତିହେବ।

ଭାରତବର୍ଷରେ ସାଧାରଣତଃ ଦୁଇପ୍ରକାର ଦୁର୍ଗା ପୂଜାର ପ୍ରଚଳନଅଛି।ଗୋଟିଏ ଶାରଦୀୟ ଏବଂ ଅନ୍ୟଟି ବାସନ୍ତିକ।ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ନବମୀପର୍ଯ୍ୟନ୍ତ ଏ ପୂଜାର ଅଂଶ ଵିଶେଷ ସ୍ୱରୂପେ ନବରାତ୍ର ପାଳନ ହୋଇଥାଏ l ଏହି ନବ ରାତ୍ର ନଅଦିନରେ ମାଆଦୁର୍ଗାଙ୍କ ନଅରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରା ଯାଏ l ମାର୍କଣ୍ଡେୟ ପୁରାଣରେ ଗୋଟିଏ ଅଂଶରେ ବର୍ଣ୍ଣିତ ହୋଇଛି ଦେବୀ ମହାମାୟାଙ୍କ ମାହାତ୍ମ୍ୟ।ଏହା ଚଣ୍ଡୀ ବା ଦୁର୍ଗାସପ୍ତଶତୀ ନାମରେ ପରିଚିତl ନବରାତ୍ର ପୂଜାସମୟରେ ଏହାକୁ ପାଠ କରାଯାଇ ମାଆଙ୍କୁ ଆବାହନ କରାଯାଏ।ଏହାଛଡ଼ା ଦୁଇଟି ଗୁପ୍ତ ନବରାତ୍ର ମଧ୍ୟ ଅଛି।ପ୍ରଥମଟି ଆଷାଢ଼ ଶୁକ୍ଳ ପ୍ରତିପଦା ଓ ଦ୍ୱିତୀୟଟି ମାର୍ଗଶୀର ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ ।ଦେବୀଙ୍କର ନବଶକ୍ତି ଏହିସମୟରେ ଏକ ମହାଶକ୍ତି ରୂପ ଧାରଣ କରିଥାଏ l ଏଣୁ ଆରାଧନା ଦ୍ୱାରା ସାଧକମାନେ ଏହି ସମୟରେ ସିଦ୍ଧିପ୍ରାପ୍ତ ହୋଇଥାନ୍ତି।ନବଦୁର୍ଗାଙ୍କୁ ଦେଵୀକବଚସୂତ୍ରରେ ବର୍ଣ୍ଣନା କରାଯାଇଛି-
ପ୍ରଥମଂ ଶୈଳପୁତ୍ରୀ ତି ଦ୍ୱିତୀୟେ ବ୍ରହ୍ମଚାରିଣୀ l
ତୃତୀୟମ୍ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍ ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀ ଦିନ ଏହାର ସମାପନ ହୋଇଥାଏ l ଦଶମୀଦିନ ଦଶହରା ପାଳନସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ ନବଦୁର୍ଗାଙ୍କ ଚତୁର୍ଥ ସ୍ୱରୂପ ମା କୁଷ୍ମାଣ୍ଡା..

୪.କୁଷ୍ମାଣ୍ଡା:-କୁତ୍ସିତ ତାପର ନାମ କୁଷ୍ମା l ସଂସାର ତ୍ରିବିଧ ତାପରେ ଜର୍ଜରିତ l ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା l ସିଂହ ବାହିନୀ ଦେବୀ ଅଷ୍ଟଭୁଜା l ସାତହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି l ଯିଏ ମାଆର ଅଭୟ ଚାରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ lମାତୃଚରଣରେ ଆତ୍ମ ସମର୍ପଣ କଲେ ମା’ ତାର ତାପତ୍ରୟ ଉଦରସ୍ଥ କରିନିଅନ୍ତି l ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମଦାତ୍ରୀ, ଜନନୀ l ଦେବୀଙ୍କ ଗ୍ରହ,ସୂର୍ଯ୍ୟ।ଦେବୀଙ୍କ ମନ୍ତ୍ର, “ଓଁ ଦେବୀ କୁଷ୍ମାଣ୍ଡାୟେ ନମଃ”ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.