୮-୧୦-୨୦୨୫(ବୁଧବାର)ଅଦ୍ଯ କନ୍ୟା ଦି୨୨ନ, କାର୍ତ୍ତିକ କୃଷ୍ଣ ପ୍ରତିପଦ ଦ୦।୨୩ ପ୍ରାଘ୫।୫୧,ଦ୍ଵିତୀୟା କ୍ଷୟ ଦ୫୧।୧୫ ରାଘ୨।୨୧,ଅଶ୍ବିନୀ ଦ୪୪।୭ ରାଘ୧୧।୪୧,ମେଷ ଚନ୍ଦ୍ର ଦ୬୦ ନିଶାନ୍ତ।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)
କନ୍ୟା ଦ୩/୩୦/୪୦ ଇଂଘ ୫/୪୨/୨୬ ଗତେ ଉଦୟ।ମୀନ ଦ୨/୪୪/୦ ଇଂଘ ୫/୨୬/୦ ଗତେ ଅସ୍ତ ।ଯୋଗିନୀ ପୂର୍ବେ । ପ୍ରାତଃ ଘ୫।୫୧ ଗତେ ଉତ୍ତରେ ।ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ରାତ୍ରି ଘ୧୧।୪୧ ଗତେ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ଅଶ୍ବିନୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୮।୪୦ ଗତେ ଘ୧୦।୯ ମଧ୍ୟେ କାଳବେଳା । ଘ୧୧।୩୮ ଗତେ ଘ୧।୭ ମଧ୍ୟେ ବାରବେଳା । ରାତ୍ରି,ଘ୨।୪୦ ଗତେ ଘ୪ ।୧୧ ମଧ୍ୟେ କାଳରାତ୍ରି । ମୃତେ ପ୍ରାତଃ ଘ୫।୫୧ ଗତେ ରାତ୍ରି ଘ୨।୨୧ ମଧ୍ୟେ ପାଦଦୋଷ । ଫଳଂ ପଶୁହାନି ଓ ଅନ୍ନଦାନ । ପ୍ରଥମ ରଜୋଦର୍ଶନେ ରାତ୍ରି ଘ୧୧।୪୧ ଗତେ ଦଶମାସ ଗଣ୍ଡଦୋଷ । ସ୍ବର୍ଣ୍ଣ ଓ ପୀତବସ୍ତ୍ର ଦାନ । ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ବୃହତୀ (ବୋଇତି କଖାରୁ) ଭକ୍ଷଣ ନିଷେଧ ।
(ଅମୃତ)- ଦିବା ଘ୬।୩୦ ମଧ୍ୟେ ଘ୭।୧୮ ଗତେ ଘ୮।୬ ମଧ୍ୟେ ଘ୧୦ ।୩୦ ଗତେ ଘ୧୨।୫୪ ମଧ୍ୟେ ରାତ୍ରି ଘ୬।୧୫ ଗତେ ଘ୭।୩ ମଧ୍ୟେ ଘ୮। ୩୯ ଗତେ ଘ୩।୩ ମଧ୍ୟେ ।(ମାହେନ୍ଦ୍ର) – ଦିବା ଘ୬।୩୦ ଗତେ ଘ୭।୧୮ ମଧ୍ୟେ ଘ୧।୪୨ ଗତେ ଘ୪।୬ ମଧ୍ୟେ ।
ମେଷ:- ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
ବୃଷ:-କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
ମିଥୁନ:-ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ।
କର୍କଟ:-ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରନ୍ତୁ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।
ସି˚ହ:-ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ।
କନ୍ୟା:-ଅନ୍ୟମାନଙ୍କୁ ନିଜର ମନ କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆ ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଧର୍ମ କାର୍ଯ୍ୟରେ ସମୟ ବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରନ୍ତୁ, ଲାଭ ହେବ। ଅଫିସରେ ଲାଗିରହିଥିବା ବିବାଦର ସମାଧାନ ହେବ।
ବିଛା:-କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
ଧନୁ:-କାରବାର ସମ୍ବନ୍ଧରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସରେ କୌଣସି କାମରେ ଅଧିକ ସମୟ ଲାଗିବ। ମାଆଙ୍କର ବିଶେଷ ଧୢାନ ରଖନ୍ତୁ।ମକର:-ବଡ଼ କ˚ପାନି ସହିତ ଡିଲ୍ କରିବାର ସୁଯୋଗ ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।
କୁମ୍ଭ:-ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ମୀନ:-ସମାଜରେ ଆପଣଙ୍କୁ ଆଦର ସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। ଖରିଦବିକ୍ରି ପାଇଁ ଦିନଟି ଭଲ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।ଜୟ ଜଗନ୍ନାଥ ,ଜୟ ସୋମନାଥ, ଜୟମା ଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
