୨୦୨୬ ମସିହା,ଅଗଷ୍ଟମାସ,୨୫ତାରିଖ,ମଙ୍ଗଳବାର,ଋତୁ-ବର୍ଷା ଋତୁର (ଦ୍ବିତୀୟମାସ)🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୪୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୪/୪୭ଶ୍ରାବଣ ମାସ,ଶୁକ୍ଳପକ୍ଷ,ଭୌମ ବାସ,ତିଥି- ଦ୍ବାଦଶୀ ମଳ ପ୍ରାତଃ ଘ୬/୧୯ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ମଙ୍ଗଳବାର ଓ ମଳତିଥି ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ,କର୍କଟ,କନ୍ୟା,ବିଛା, ଧନୁ, ମକର ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ସିଂହରାଶିର ଘାତଚନ୍ଦ୍ର, ଘାତବାର-ମକରରାଶିର ଘାତବାର,ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୧୧/୩୩ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ପୂତିକା (ପୋଇଶାଗ)/ମସୁର,ପ୍ରାତଃ ଘ୬/୧୯ମି ପରେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ,ଅଶୁଭବେଳା-(ବାରବେଳା) ଦିବା ଘ୭/୮ମି ରୁ ଘ୮/୪୧ମିପର୍ଯ୍ୟନ୍ତ,(କାଳବେଳା) ଦିବା ଘ୧/୧୮ମି ରୁ ଘ୨/୫୧ମି ପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୭/୨୬ମି ରୁ ଘ୮/୫୩ମି ପର୍ଯ୍ୟନ୍ତ।ଶୁଭ ବେଳା-(ଅମୃତବେଳା) ଦିବା ଘ୭/୫୯ମି ରୁ ଘ୧୦/୨୩ମି ମଧ୍ୟେ, ଘ୧୨/୪୭ମି ରୁ ଘ୨/୨୩ମି ମଧ୍ୟେ, ଘ୩/୧୧ମି ରୁ ଘ୪/୪୭ମି ମଧ୍ୟେ, ସୂର୍ଯ୍ୟାସ୍ତ ଘ୬/୫ମି ରୁ ରାତ୍ରି ୬/୫୨ମି ମଧ୍ୟେ,ଘ୯/୧୦ମି ରୁ ଘ୧୧/୩୪ମି ମଧ୍ୟେ,ଘ୧/୫୮ମି ରୁ ଘ୩/୩୪ମି ପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ନାହିଁ,ପୁଷ୍କରଦୋଷ-ମୃତ ବ୍ୟକ୍ତିଙ୍କ ୩ ପାଦ ବାର, ତିଥି ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ କୃଷିହାନି, ଗୋପଶୁ ସମ୍ପଦର ହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ଭୂମି, ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ । ପ୍ରାତଃ ଘ୬/୧୯ମି ପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ । ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ,ଭୂମି ଓ ତିଳସୁବର୍ଣ୍ଣ ଦାନ । ରାତ୍ରି ଘ୧୧/୩୩ମି ପରେ ୧ପାଦ ବାର ପୁଷ୍କର ଦୋଷ,ଫଳଂ କୃଷିହାନି ଓ ଭୂମିଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ବିଧବା,ଶାନ୍ତି କରଣୀୟ। ବାରଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ)
🐐ମେଷ👉ଆଜି ପାରିବାରିକ କ୍ଷେତ୍ରରେ ସାମାନ୍ୟ କାରଣରୁ ବିତର୍କ ଲାଗି ମାନସିକ ଅବସ୍ଥା ଭଲ ରହିବନାହଁ। କର୍ମକ୍ଷେତ୍ରରେ ସମସ୍ୟା ଥିଲେ ମଧ୍ୟ ସମାଧାନର ରାସ୍ତା ଖୋଜିବାରେ ଲାଗି ପଡ଼ିବେ। ଏଣେ ନିଜର ସ୍ବାସ୍ଥ୍ୟ ଭଲ ନ ରହୁଥିବାରୁ ମଧ୍ୟ ବ୍ୟସ୍ତତା ବଢ଼ିଯିବ । ତଥାପି ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
🐂ବୃଷ👉ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ବନ୍ଧୁସମ୍ପର୍କରେ ଫାଟ ସୃଷ୍ଟି ଆଶଙ୍କା ରହିଛି। ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନେ ଭୁଲ୍ ବୁଝିପାରନ୍ତି। ଅସୁବିଧାକୁ ଜଣାଇଲେ ମଧ୍ୟ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଚେଷ୍ଟା କରୁଥିବା କାମରେ ପଦମର୍ଯ୍ୟାଦା ବଢ଼ିବ।
👩❤️👨 ମିଥୁନ👉ଆନୁଷଙ୍ଗିକ ଅଭାବନୀୟ ପରିସ୍ଥିତି ବଦଳିଯିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କଳେବଳେ କୌଶଳେ ପ୍ରାପ୍ୟ ଅର୍ଥ ପାଇବାକୁ ଚେଷ୍ଟାକରି ସଫଳତା ହାସଲ କରିବେ। ଅଫିସରେ ଚେଷ୍ଟା କରୁଥତ୍ବା କାମଟି ଅସମ୍ପୂର୍ଣ୍ଣ ରହିଯିବାରୁ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବ। ଊଚ୍ଚବର୍ଗର ଲୋକମାନଙ୍କ ସଂସ୍ପର୍ଶରେ ଆସି କାର୍ଯ୍ୟ ହାସଲ କରିପାରନ୍ତି ।
🦀କର୍କଟ👉କର୍ମକ୍ଷେତ୍ରର ଅସଜଡ଼ା କାମକୁ ନେଇ ମାନସିକ ସ୍ଥିତି ଜଟିଳ ହୋଇପଡ଼ିବ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ସକାଳୁ ସକାଳୁ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତ,ନତୁବା କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
🦁 ସିଂହ👉ଅଭାବନୀୟ ପରିସ୍ଥିତି କ୍ରମଶଃ ବଦଳିଯିବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭକରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ନୂତନ କର୍ମାରମ୍ଭ କ୍ଷେତ୍ରରେ ସଫଳତା ମିଳିବ। ଅସ୍ଥିରତା ଦୂରକରିବା ବିଷୟରେ ପ୍ରିୟବନ୍ଧୁଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପରିସ୍ଥିତି ବଶତଃ ମନ ନ ଥିଲେ ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟହେବେ।
🧕କନ୍ୟା👉ବହୁଦିନରୁ ରହିଯାଇଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ନିକଟରେ ରହୁଥିବା ଲୋକଟି ବହୁ ଉପକାରରେ ଆସିବ। ବ୍ୟବସାୟରେ ଆଶାନୁରୂପ ଫଳ ପାଇବେ ଓ ଜମା ରାଶି ବଢ଼ିବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସଂଯମ ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ ।
⚖️ତୁଳା👉ଧୈର୍ଯ୍ୟ ଓ ସ୍ଥିରତା ବଳରେ ଅସାଧ୍ୟ ସାଧନ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଆକସ୍ମିକ ଭାବରେ କୌଣସି ଯୁବକଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ସକାଳୁଆ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ମନସ୍ତାପ କରିବାକୁ ପଡ଼ିପାରେ। ଆଶା କରୁଥିବା ସ୍ଥାନରୁ ବନ୍ଧୁଙ୍କ ସାହାଯ୍ୟରୁ ଦ୍ରବ୍ୟଲାଭ ହେବ।
🦂ବିଛା👉ବନ୍ଧୁ ସହଯୋଗର ହାତ ବଢ଼ାଇବେ, ଫଳରେ କାର୍ଯ୍ୟ ସାଧିତ ହେବ । ଭୁଲ୍ ବୁଝାମଣାରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିପାରେ। କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ଅଯଥା ବିବାଦୀୟ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ଦେଖାଦେବ। ରାଜନୀତି, କଚେରି ମାମଲା, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
🏹ଧନୁ👉ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପଡ଼ୋଶୀମାନେ ଭୁଲ୍ ବୁଝାମଣା କାରଣରୁ ସାଧାରଣ କଥାରେ କଳହ କରିବେ । ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ତଥା ଅସହଯୋଗରୁ ଚିନ୍ତିତ ହେବେ।
🐊ମକର👉ଆଜି ପରିସ୍ଥିତିର ବଶବର୍ତ୍ତୀ ହୋଇ ବନ୍ଧୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧିପାଇବ। ଫେରନ୍ତା ବାଟରେ କାହାକୁ ଅପେକ୍ଷାକରି ବିରକ୍ତ ହେବେ ।
🏺କୁମ୍ଭ👉କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ଉପୁଜିପାରେ। ଜମିଜମା,ପୁରାତନ ଜିନିଷ କିଣାବିକା ଦିଗରେ ଆଲୋଚନା ସଫଳହେବା ଆଶା ରହିଛି ା ବାଦବିବାଦ,ଧନହାନି ଓ ବିଭିନ୍ନ ପ୍ରକାର ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବା କାରଣରୁ ସାମୟିକ ଅସ୍ଥିରତା ଦୂରହେବ।
🐟ମୀନ👉କର୍ମାରମ୍ଭ ସାଙ୍ଗକୁ ଅର୍ଥଲାଭ ଯୋଗୁ ମନ ପ୍ରଫୁଲ୍ଲ ରହିବ। ସାଙ୍ଗଠନିକ ସ୍ତରରେ ସହକର୍ମୀଙ୍କର ଦୃଢ଼ ସାହାଯ୍ୟ ଓ ସମର୍ଥନ ଯୋଗୁ ଆଗେଇଯିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ । କେତେକ କ୍ଷେତ୍ରରେ ନିଜର ଇଚ୍ଛା ଅନୁଯାୟୀ କାମ ହାସଲକରି ଦିନଟିକୁ ଆନନ୍ଦର ସହ ବିତାଇବେ ।
🕉️ନୀତିବାଣୀ🕉️
ପୂର୍ବା ପୂର୍ବ କର୍ମ ଫଳ ଅନୁସାରେ
ମିଳିଥାଏ ଯେ ସଂସ୍କାର,
କୁଜନ ସୁଜନ ଜନମ ଲଭନ୍ତି
ଗଢନ୍ତି ନିଜ ସଂସାର…
ଗୋଟିଏ ଚରିତ୍ର ହୀନମଣିଷ ସବୁବେଳେ ଅନ୍ୟରଚରିତ୍ରକୁ ଆକ୍ଷେପ କରି କଥା କୁହେ, କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟାଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଳେଇ ଥାଏ ।
ଯେଉଁ କଥା ହୃଦୟରେ ଅଛି ତାକୁ କହିବାପାଇଁ ସାହସ କରନ୍ତୁ, ତା’ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବାପାଇଁ ପ୍ରୟାସ କରନ୍ତୁ…..
ତାହେଲେ ଯାଇଁ ସବୁକିଛି ଠିକ୍ ହୋଇପାରିବ ।
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ ତାକୁ କେହି Change କରି ପାରିବେ ନାହିଁ ,Science ର Develop ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନାହିଁ।ମଣିଷ ଯେତେଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ।ସୃଷ୍ଟି
କର୍ତ୍ତା ହେଉଛନ୍ତି Director,ଆମେମାନେ ଜଣେ ଜଣେ Actors ତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପିଦିଅ। ଯେପରି ଆଜି ଦିନର Acting ସୁନ୍ଦରତାରେ ଭରିଯାଉ ।
ଆଜିର ରାଶିଫଳ
Prev Post
Next Post
