୨ କୋଟିର ଦୁର୍ନୀତି ମାନିଲେ SRA

ଭୁବନେଶ୍ୱର,୨୪।୮(ଏସଏସନିଉଜ)ନାଉଗାଁ ତହସିଲରେ କାର୍ଯ୍ୟରତ ଏସଆରଏ ଭଞ୍ଜକିଶୋର ବେହେରାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତିର୍ତ୍ତୋଲ ବ୍ଲକରେ ତାଙ୍କ କାର୍ଯ୍ୟକାଳ ସମୟରେ ପ୍ରାୟ ୩.୦୨ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଅଗଷ୍ଟ ୧୨ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଭିଜିଲାନ୍ସ ତଦନ୍ତ ଅନୁସାରେ, ୨୦୧୧-୧୨ରୁ ୨୦୨୧-୨୨ ମଧ୍ୟରେ ଜାଲିଆତିପୂର୍ଣ୍ଣ ଦରମା ବିଲ୍‌ ଓ ଡିସ୍‌ବର୍ସମେଣ୍ଟ ରେକର୍ଡ ମାଧ୍ୟମରେ ସରକାରୀ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ଭଞ୍ଜକିଶୋର ବେହେରାଙ୍କ ସହ ଅବସରପ୍ରାପ୍ତ ପିଇଓ ପ୍ରଦୀପ୍ତ କୁମାର ମଲ୍ଲିକ ମଧ୍ୟ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।ତେବେ ୨ କୋଟି ଟଙ୍କାର ଦୁର୍ନୀତି କରିଥିବା ନେଇ ମାନିଲେ ନାଉଗାଁ SRA।ଦୁର୍ନୀତି ଟଙ୍କାରେ ୭୦୦୦ ବର୍ଗଫୁଟର ବିଶାଳ କୋଠା ଘର କରିଥିବା ମାନିଲେ।ଟେଣ୍ଟ ହାଉସ ସହିତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣିବା ସ୍ବୀକାର କଲେ।ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌।ପୈତୃକ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ ହୋଇଛି।

- Advertisement -

Leave A Reply

Your email address will not be published.