ଆତ୍ମରକ୍ଷା କୌଶଳ ଶିକ୍ଷା ନେଲେ ଛାତ୍ରୀ

ଭୁବନେଶ୍ୱର,୨୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଶକ୍ତିଶ୍ରୀ ସେଲଦ୍ୱାରା ମହାବିଦ୍ୟାଳୟ ଶେଷବର୍ଷ ଛାତ୍ରୀମାନଙ୍କୁନେଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ସୋମବାରଦିନ ଅନୁଷ୍ଠିତ ହୋଇଯାଇଛି।ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କୁ ରିଅକେଟ ପୁସ୍ତକବଣ୍ଟନ କରିଥିଲେ।ଡ଼.ପ୍ରବୀରକୁମାର ମହାନ୍ତି ମୁଖ୍ୟବକ୍ତାଭାବରେ ଯୋଗଦେଇ ଏହାର ଉପଯୋଗୀତା ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ।ପ୍ରଶିକ୍ଷିକା ପୁନମୀ ବନ୍ଦିଆଙ୍କଠାରୁ ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ଼.ଅନ୍ୟା ଅନୁରୂପା,ସେଲିନା ତରାଇ,ଲକ୍ଷ୍ମୀପ୍ରିୟାସ୍ୱାଇଁ,ରୋଜାଲିନଦେବୀ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.