କ୍ଷୀରଗାଡ଼ିରେ ଗୋଚାଲାଣ, ୯ ଗୋରୁ ଉଦ୍ଧାର

ଗାଡି ଛାଡ଼ି ଚାଲକ ଫେରାର

କଟକ ୨୬।୧୦(ଏସଏସନିଉଜ)କ୍ଷୀରଗାଡ଼ିରେ ଚାଲାଣ ହେଉଛି ଗୋରୁ ।ଗୋଚାଲାଣର ନୁଆ ଫଣ୍ଡା ଆପଣେଇଛନ୍ତି ଗୋଚାଲାଣକାରି ।ଏହିଭଳି ଏକ ଘଟଣା ରବିବାର ସକାଳେ ଗୋଡିସାହି ଫାଣ୍ଡି ପାଖରେ ଦେଖିବାକୁ ମିଳିଛି।କ୍ଷୀରଗାଡ଼ି ଭିତରୁ ୭ଟି ଗୋରୁକୁ ଉଦ୍ଧାର କରିଛି ପୋଲିସ। ଗୋଚାଲଣରେ ବ୍ୟବହୃତ ଏହି କ୍ଷୀରଗାଡ଼ିକୁ ପୋଲିସ ଜବତ କରି ୭ଟି ଗୋରୁକୁ ଗୋଶାଳାକୁ ପଠାଇଛି।
ପ୍ରକାଶଯେ, ବାଙ୍କୀ ବାରଙ୍ଗ ମୁଖ୍ୟରାସ୍ତାର ଗୋଡିସାହିଫାଣ୍ଡି ପାଖରେ ଗୋଟିଏ କ୍ଷୀରଗାଡ଼ି ଲେଖାଥିବା ଓଡ଼ି ୦୫୪୮୯୨ନମ୍ୱର ବୋଲେରୋଟି ଥୁଆ ହୋଇଥିବାର ସ୍ଥାନୀୟ ବ୍ୟବସାୟୀମାନେ ରବିବାର ସକାଳୁ ଦେଖିବାକୁ ପାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ କ୍ଷୀରଗାଡ଼ି ପାଖକୁ କେହି ନଆସିବାରୁ ଜଣେ ବ୍ୟବସାୟୀ କୌତୁହଳ ଭାବେ ଗାଡି ପାଖକୁ ଯାଇଥିଲେ।ଗାଡିରେ ଗୋବର ଲାଗିଥିବାର ଦେଖି ସନ୍ଦେହ କରି ଫାଣ୍ଡିରେ ଜଣାଇଥିଲେ।ସ୍ଥାନୀୟ ବ୍ୟବସାୟୀମାନଙ୍କ ଉପସ୍ଥିତିରେ ପୋଲିସ ଆସି କ୍ଷୀରଗାଡ଼ିର ଡୋର ଖୋଲିବା ପରେ ଅତି ଦୟନୀୟ ଅବସ୍ଥାରେ ୯ଟି ଗୋରୁଙ୍କ ଗୋଡ଼ ବନ୍ଧାହୋଇ ରହିଥିବାର ଦେଖିବାକୁ ମିଳିଥିଲା। ପୋଲିସ ସ୍ଥାନୀୟ ବ୍ୟବସାୟୀ ମାନଙ୍କ ସହାୟତାରେ ୯ଟି ଗୋରୁଙ୍କୁ ଉଧାର କରିଥିଲେ।ସମସ୍ତଙ୍କ ଗୋଡରେ ବନ୍ଧା ଯାଇଥିବା ଦଉଡ଼ି ଖୋଲିବା ପରେ ୨ଟି ଗୋରୁ ଦୌଡ଼ି ପଳାଇଯାଇଥିବା ବେଳେ ୭ଟିକୁ ଉଦ୍ଧାର କରି ଗୋଶାଳାକୁ ପଠାଇଛି ପୋଲିସ।ଅନ୍ୟପଟେ ପୋଲିସ ଗୋଚାଳଣରେ ବ୍ୟବହୃତ ମିଲକ୍ ଭ୍ୟାନ ଲେଖାଥିବା ଗାଡ଼ିକୁ ଜବତ କରିଛି।ତେବେ ଶନିବାର ବିଳମ୍ବିତ ରାତିରେ ଉକ୍ତ ଗାଡ଼ିଟି ଗୋଚାଲାଣ ନେଇ ବାଙ୍କିରୁ କଟକ ଅଭିମୁଖେ ଗୋରୁ ନେଇ ଆସୁଥିଲା।କ୍ଷୀର ଗାଡି ଲେଖାଯାଇଥିବାରୁ ସହଜରେ କାହାର ନଜର ରହିବ ନାହିଁ ବୋଲି ଭାବିଥିଲେ ଗୋଚାଲାଣକାରି।କିନ୍ତୁ ଗୋରକ୍ଷକ ମାନେ ଜାଣିପାରି ପିଛା କରିବାରୁ ଗୋଚାଲାଣକାରିମାନେ ଫାଣ୍ଡି ପାଖରେ ଗାଡ଼ିକୁ ଛାଡ଼ି ପଳାଇଯାଇଥିବାର ପୋଲିସ ଅନୁମାନ କରିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.