ଜାନୁଆରୀମାସ ୧୪ତାରିଖ ୨୦୨୬ମସିହା (ବୁଧବାର)ମାଘମାସ- କୃର୍ଷ୍ଣପକ୍ଷ,ମକର ସଙ୍କ୍ରାନ୍ତି,ତିଥି- ଏକାଦଶୀ ସନ୍ଧ୍ୟା ଘ ୦୫/୫୬ ଗେତେ ଦ୍ୱାଦଶୀ ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୩/୫୪ ଗତେ ଜ୍ୟେଷ୍ଠା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୫୨ ,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ ୦୫/୫୬ ଗେତେ ନୈରୁତେ ,କର୍କଟରାଶିର ଘାତବାର ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ସନ୍ଧ୍ୟା ଘ ୦୫/୫୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା -ଦିବା ଘ୦୯/୦୮ ଗତେ ଘ୧୦/୩୦ମଧ୍ୟେ ,ବାରବେଳା-ଦିବା ଘ୧୧/୫୦ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ମଧ୍ୟେ ଓ ଘ୦୮/୦୨ଗତେ ଘ୦୮/୫୨ମଧ୍ୟେ ଓ ଘ୧୧/୧୪ଗତେ ଘ ୧୧/୪୯ମଧ୍ୟେବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୫ ଗତେ ଘ୦୮/୦୧ ମଧ୍ୟେ ଓ ଘ୦୨/୨୭ ଗତେ ଘ ୦୪/୫୨ମଧ୍ୟେ ,ଅଦ୍ୟ ଶିମ୍ବ ସନ୍ଧ୍ୟା ଘ୦୫/୫୬ଗତେ ପୋଈଭକ୍ଷଣ ନିଷେଧ।
ମେଷ:-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାରକାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜତରଫରୁ ନିଜରକ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣନିଜେ କ୍ଳାନ୍ତ ଅନୁଭବ କରୁଥିବେ,ବେଶୀଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟାକରନ୍ତୁ ।ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାରକରନ୍ତୁ,ବ୍ୟବସାୟବାଣିଜ୍ୟରେ ଆସାତିତଲାଭ ହେବ।
ମିଥୁନ:-ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ:-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା:-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।

ତୁଳା:-ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା:-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ
ଧନୁ:-ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।
ମକର:-ଆଜିରଦିନ ଆୟବର୍ଦ୍ଧକ ସହ ନୂଆବନ୍ଧୁ କରିବାର ଦିନଅଟେ ।ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟି କରନ୍ତୁ ।ଆପଣ କିଛି ନୂଆବନ୍ଧୁ କରି ପାରିବେ ।କାହାକୁ ବା ଜଣା ଆପଣଙ୍କପାଇଁ କୌଣସି ନୂଆସୁଯୋଗର ଦ୍ୱାର ଖୋଲି ପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧାରହିବ ଓ ଆକସ୍ମିକ ଅର୍ଥବ୍ୟୟହେବାର ଯୋଗ ରହିଛି ।
ମୀନ:-ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

ମୂଳାରେ କେଉଁ ଭିଟାମିନ୍ ଅଛି?
ଯେଉଁମାନେ ମୂଳାକୁ ହାଲୁକା ଭାବରେ ନିଅନ୍ତି ସେମାନେ ଏହି ପରିବା ଖାଇବାର ଲାଭ ବିଷୟରେ ଜାଣିବା ଆବଶ୍ୟକ। ମୂଳା ହେଉଛି ଶୀତଦିନେ ଖିଆଯାଉଥିବା ଏକ ପରିବା। ମୂଳାକୁ ସାଲାଡ କିମ୍ବା ରୋଷେଇ କରି ସାଧାରଣ ଲୋକ ଖାଇଥାନ୍ତି। ଧଳାରଙ୍ଗର ମୂଳା ଫାଇବର ଏବଂ ଭିଟାମିନରେ ଭରପୂର। ମୂଳା ପେଟ ପାଇଁ ଭଲ ବୋଲି ବିବେଚନା କରାଯାଏ।ମୂଳା ଖାଇବାଦ୍ୱାରା ଓଜନ ହ୍ରାସ ହୁଏ। ଜାଣିବା ମୂଳାରେ କେଉଁ ଭିଟାମିନ୍ ଅଛି ଏବଂ ଏହାକୁ ଖାଇଲେ ଲାଭ କଣ ?
ମୂଳାରେ ଥିବା ଭିଟାମିନ୍-ମୂଳା ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଭିଟାମିନ୍ ଏ ମିଳିଥାଏ।
ମୂଳାରେ ଭିଟାମିନ୍ ବି୬ ଏବଂ ଭିଟାମିନ୍ କେ ମଧ୍ୟ ମିଳିଥାଏ ଯାହା ଶରୀରପାଇଁ ଲାଭଦାୟକ।ମୂଳା ଖାଇବାଦ୍ୱାରା ପ୍ରଚୁର ପରିମାଣରେ ଫୋଲିକ୍ ଏସିଡ୍ ଏବଂ ଫ୍ଲାଭୋନଏଡ୍ ମିଳିଥାଏ।
ମୂଳା ମଧ୍ୟ ପୋଟାସିୟମର ଏକ ଭଲ ଉତ୍ସ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ମୂଳା ଫାଇବରରେ ଭରପୂର ଥିବାରୁ ଏହାକୁ ଓଜନ ହ୍ରାସପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯାଏ।ମୂଳାରେ ଜିଙ୍କ୍ ଏବଂ ଫସଫରସ୍ ଭଳି ଜରୁରୀ ଖଣିଜ ପଦାର୍ଥ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ।
ମୂଳା ଖାଇବାଦ୍ୱାରା ଚର୍ମ ସୁସ୍ଥ ରହିଥାଏ କାରଣ ଏହା କୋଲାଜେନ ବୃଦ୍ଧି କରିବାରେ ସାହାଯ୍ୟ କରେ।ମୂଳା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂରହୁଏ ଏବଂ ଶରୀରରେ ଲୋହିତ ରକ୍ତକଣିକା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଲାଗେ।
ମୂଳା ଖାଇବାର ଲାଭ-ଶୀତଦିନେ ପ୍ରତିଦିନ ମୂଳା ଖାଇବାଦ୍ୱାରା ଆପଣଙ୍କ ଶରୀର ବିଷମୁକ୍ତ ହୋଇପାରିବ। ମୂଳା ଯକୃତ ଏବଂ ବୃକକ୍ ପାଇଁ ମଧ୍ୟ ଲାଭଦାୟକ, ସେମାନଙ୍କୁ ସଫା କରିବାରେ ସାହାଯ୍ୟ କରେ। ଯକୃତ ଏବଂ ବୃକକ୍ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପାଇଁ ମୂଳା ସେବନ କରନ୍ତୁ।ଫାଇବରରେ ଭରପୂର, ମୂଳା ଦୀର୍ଘକାଳୀନ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରେ। ଏଗୁଡ଼ିକ ପାଇଲ୍ସ ପୀଡିତ ଲୋକଙ୍କ ପାଇଁ ବହୁତ ଲାଭଦାୟକ। ଏଗୁଡ଼ିକ ଅନ୍ତନଳୀର ମାଇକ୍ରୋବାଇ ଓମରେ ଥିବା ଲାଭଦାୟକ ବ୍ୟାକ୍ଟେରିଆକୁ ପୋଷଣ କରନ୍ତି।ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଲାଭଦାୟକ। ଏହାକୁ ଖାଇବାଦ୍ୱାରା ରକ୍ତରେଶର୍କରା ସ୍ତର କମିଥାଏ। ମୂଳାରେ କ୍ୟାଲୋରି ନଗଣ୍ୟ, ଏବଂ ଏହା ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ।
ଉଚ୍ଚରକ୍ତଚାପ ଥିବା ଲୋକମାନେ ନିଶ୍ଚିତ ଭାବରେ ଖାଦ୍ୟସହିତ ମୂଳା ଖାଇବା ଉଚିତ। ମୂଳାରେଥିବା ଆନ୍ଥୋସାୟାନିନ୍ ହୃଦରୋଗର ଆଶଙ୍କା ହ୍ରାସ କରେ।ମୂଳା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟକରେ। ଏହା ବ୍ୟତୀତ ଏଥିରେ ଗ୍ଲୁକୋସିନୋଲେଟ୍ ଥାଏ, ଯାହା କର୍କଟରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିପାରେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

