୨୦୨୬ ମସିହା, ସେପ୍ଟେମ୍ବର ମାସ, ୧୩ ତାରିଖ, ରବିବାର ।ଖୁଦୁରୁକୁଣୀ ଓଷା,ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ନିକୁଞ୍ଜ ଲୀଳା, ଶ୍ରୀବରାହଜୟନ୍ତୀ, ଅଲେଖମହିମା ଗାଦିରେ ନବାନ୍ନ ଉତ୍ସବ,ଋତୁ- ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୧୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୭/୫୦
,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଆଦିତ୍ୟ ବାସ,ତିଥି- ଦ୍ବିତୀୟା ପ୍ରାତଃ ଘ୬/୪୩ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା ।ନକ୍ଷତ୍ର- ହସ୍ତା ନକ୍ଷତ୍ର ଦିବା ଘ୧/୨୬ମି ପର୍ଯ୍ୟନ୍ତ ତଦନ୍ତେ ଚ଼ିତ୍ରା ନକ୍ଷତ୍ର ।ଶୁକ୍ଳଯୋଗ ଦିବା ଘ୨/୪୦ମି ପର୍ଯ୍ୟନ୍ତ ତଦନ୍ତେ ବ୍ରହ୍ମଯୋଗ ।କରଣ- କୌଳବକରଣ ପ୍ରାତଃ ଘ୬/୪୩ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ସନ୍ଧ୍ୟା ଘ୬/୪୦ମି ପର୍ଯ୍ୟନ୍ତ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ । ପାପସପ୍ତ ଦୋଷ ହେତୁ ରାତ୍ରି ଘ୧/୫୦ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଅଗ୍ନିକୋଣ , ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ ।ଚନ୍ଦ୍ରଶୁଦ୍ଧି- ମେଷ, କର୍କର୍ଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୧/୫୦ମିପରେ ମେଷ,ବୃଷ,ମିଥୁନ,ସିଂହ, କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ରାତ୍ରି ଘ୧/୫୦ମିମଧ୍ୟେ ବୃଷ ରାଶିର ଘାତଚନ୍ଦ୍ର ।ଘାତବାର-ମେଷରାଶିର ଘାତବାର।ତାରାଶୁଦ୍ଧି- ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧/୨୬ମି ପରେ ୨।୪।୬।୭।୯।୧୧।୧୩।୧୫।୧୬।୧୮।୨୦।୨୨।୨୪।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ନିଷିଦ୍ଧଖାଦ୍ୟ- ବୃହତି (ବୋଇତାଳୁ)ପ୍ରାତଃ ଘ୬/୪୩ମି ପରେ ପଟୋଳ ଭକ୍ଷଣ ନିଷେଧ ।ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୧୦/୯ମି ରୁ ଘ୧/୧୯ମିପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧/୯ମି ରୁ ଘ୨/୩୯ମିପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ଦିବା ଘ୬/୨୬ମି ରୁ ଘ୯/୩୮ମି ମଧ୍ୟେ, ରାତ୍ରି ଘ୭/୨୨ମି ରୁ ଘ୮/୫୮ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ସୂର୍ଯ୍ୟୋଦୟ ରୁ ଦିବା ଘ୬/୨୪ମି ମଧ୍ୟେ,ଦିବା ଘ୧୨/୫୦ମି ରୁ ଘ୧/୩୮ମି ମଧ୍ୟେ, ସନ୍ଧ୍ୟା ଘ୬/୩୪ମି ରୁ ରାତ୍ରି ଘ୭/୨୨ମି ମଧ୍ୟେ, ଘ୧୨/୧୦ମି ରୁ ଘ୩/୨୨ମି ପର୍ଯ୍ୟନ୍ତ,ପୁଷ୍କରଦୋଷ- ମୃତବ୍ୟକ୍ତିଙ୍କ ୨ପାଦ ବାର ଓ ତିଥି ପୁଷ୍କରଦୋଷ ,ଫଳଂ କୃଷି ଓ ଗୋପଶୁ ସମ୍ପଦର ହାନି,ଭୂମି ଓ ଅନ୍ନବସ୍ତ୍ରଦାନ,ପ୍ରାତଃ ଘ୬/୪୩ମି ପରେ ୧ପାଦ ବାର ପୁଷ୍କରଦୋଷ,ଫଳଂ କୃଷିହାନି । ଭୂମି ଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସୁଭଗା,ଦିବା ଘ୧/୨୬ମି ପରେ ଭିକ୍ଷାସିନୀ (ମତାନ୍ତରେ ବିପୁତ୍ରା)ଶାନ୍ତି କରଣୀୟ । ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ)ଶୁଭକର୍ମ- ଚିତ୍ରା ନକ୍ଷତ୍ରେ- ଦେବତାଗଠନ, ନାମକରଣ, ଅନ୍ନପ୍ରାଶନ, କ୍ରୟବାଣିଜ୍ୟ କରଣ, ନବଦୋଳାଦ୍ୟାରୋହଣ, ରାଜଦର୍ଶନ, ତୈଳରନ୍ଧନ, ନାଟ୍ୟାରମ୍ଭ, ଔଷଧକରଣ ଓ ସେବନ, ନବଶଯ୍ୟାଦ୍ୟୁ ପଭୋଗ, ନବବସ୍ତ୍ରାଳଙ୍କାରଧାରଣ, ନୂତନ ଯାନାରୋହଣ । (ଅରୁଣୋଦୟ)ନିର୍ବନ୍ଧ, ଭୂମିପୂଜା, ଜଳାଶୟ ଆରମ୍ଭ, ଅନ୍ନପ୍ରାଶନ, ନବାନ୍ନ, ଚୂଡାକରଣ, ବିଦ୍ୟାରମ୍ଭ, ନାମକରଣ, ଦୀକ୍ଷା ଗ୍ରହଣ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ରାଜଦର୍ଶନ, ବୃକ୍ଷରୋପଣ, ରାତ୍ରି ଘ୧/୨୬ମି ଗତେ ଚିତ୍ରା ନକ୍ଷତ୍ରେ ନିଷେକ। (ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ👉କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଉଦ୍ୟମରେ ସଫଳତା ପାଇବା କଷ୍ଟକର ହୋଇପାରେ। ଧନାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ଦ୍ୱିଜା ନକ୍ଷତ୍ର ଯେ କୌଣସି ପରିସ୍ଥିତିରେ ନିଜକୁ ଚଳାଇନେଇ ପାରିଲେ କୃତକାର୍ଯ୍ୟ ହେବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ।
🐂ବୃଷ👉ଶନିଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ିବେ। ରାଜନୈତିକ ବ୍ୟକ୍ତିଙ୍କ ସମର୍ଥନ ହେତୁ ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି ସଫଳତା ପାଇପାରନ୍ତି।
👩❤️👨 ମିଥୁନ👉ଧନାଧତ୍ପ ସ୍ବଗୃହରେ ଗୁରୁ ଏବଂ ଶୁକ୍ରଙ୍କ ସହ ଥିବାରୁ ଆଥର୍ତ୍କ ଉନ୍ନତି ସହ ଲୋକପ୍ରିୟତା ହାସଲ କରିବେ। ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବାରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗିରହିବ।
🦀କର୍କଟ👉ରାଶ୍ୟାଧିପ ସ୍ବଗୃହରେ କେତୁଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପାରିବାରିକ ଶୃଙ୍ଖଳା ରକ୍ଷା ଦିଗରେ ନିଜର ଅଭିଜ୍ଞତା ଓ ଦୂରଦର୍ଶିତା ବହୁ ମାତ୍ରାରେ ସାହାଯ୍ୟ କରିବ। ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରତିବନ୍ଧକ କାରଣରୁ ଆଜିର କାମ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
🦁 ସିଂହ👉ଏକାଦଶସ୍ଥାନରେ ବୁଧାଦିତ୍ୟ ଯୋଗ ହେତୁ ଆଜି ନିରାଶ ହେବେ ନାହିଁ। ଭଲ କଥା କହିଲେ ମଧ୍ୟ ଭୁଲ୍ ବୁଝାମଣାରୁ ପରିବାରରେ ସମ୍ପର୍କହାନି ଘଟିବାର ଆଶଙ୍କା ରହିଛି। ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ମିଳିବ।
🧕କନ୍ୟା👉ଲାଭଭାବରେ ତିନୋଟିଗ୍ରହ ଆପଣଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତ କରାଇବା ସହ ସନ୍ତାନସୁଖ ପ୍ରଦାନ କରିବେ। କିନ୍ତୁ ଅତୀତ ଘଟଣାବଳୀ ମନରେ ବାରମ୍ବାର ଆଲୋଡ଼ନ କରିବା ଫଳରେ ଆପଣ ସ୍ଥିର ଭାବରେ ରହିପାରିବେ ନାହିଁ। ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି।
⚖️ତୁଳା👉ସପ୍ତମଭାବସ୍ଥ ସ୍ବଗୃହୀ ମଙ୍ଗଳଜନିତ ବ୍ୟବସାୟିକ ସଫଳତା ମିଳିବା ସହ ଦୂରଯାତ୍ରା କରିପାରନ୍ତି। କର୍ମଭାବସ୍ଥ ଶୁକ୍ରଙ୍କ ସୁପ୍ରଭାବରୁ କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର୍ର କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା ପ୍ରଭୃତି କିଣାବିକାରେ ଅଫିସରମାନଙ୍କ ସହ ମତଭେଦ କିମ୍ବା ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
🦂ବିଛା👉ଦ୍ୱିତୀୟସ୍ଥାନ ପାପଦୃଷ୍ଟ କାରଣରୁ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କଥାବାର୍ତ୍ତା ନ କଲେ ଅସୁବିଧାରେ ପଡ଼ିବେ। ଆପଣଙ୍କ ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣି ପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
🏹ଧନୁ👉ଚତୁର୍ଥସ୍ଥାନରେ ଶନି କର୍ମକ୍ଷେତ୍ରକୁ ଦୃଷ୍ଟି ଦେଉଥିବାରୁ ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରହିବା ଭଲ। ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା ଥତ୍ଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ଅଫିସରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି।
🐊ମକର👉ଅନୁକୂଳ ସମୟ ହେତୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ନିଜର ସମ୍ପର୍କୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବହୁତ ଦିନରୁ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅସ୍ଥିରତା ଦେଖାଦେଇପାରେ।
🏺କୁମ୍ଭ👉ପ୍ରତ୍ୟେକ ଦିଗରୁ ଲାଭବାନ୍ ହେବେ। ପ୍ରତ୍ୟେକ କାର୍ଯ୍ୟ ପୂର୍ବରୁ ରହିଥିବା ବ୍ୟତିକ୍ରମକୁ ସୁଧାରି ନେବେ। ପରିବହନ କ୍ଷେତ୍ରରେ ବିବାଦରେ ନ ପଶିବା ଭଲ। ସ୍ବଗୃହୀ ତୃତୀୟାଧିପ କାରଣରୁ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ। କୋଣଭାବରେ ବୁଧଙ୍କ ଯୋଗଜନିତ ପିଲାଙ୍କ ସଫଳତାରେ ଆନନ୍ଦିତ ହେବେ।
🐟ମୀନ👉ବନ୍ଧୁମାନଙ୍କ ସହ ହସଖୁସି ମଧ୍ୟରେ ଆଜିର ଯାତ୍ରା, ନୂତନ କର୍ମାରମ୍ଭ ଓ ଭ୍ରମଣ ବେଶ୍ ଆନନ୍ଦଦାୟକ ରହିବ। ସାମାଜିକ ସ୍ତରରେ ଈର୍ଷାପରାୟଣ ନୀଚ ବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବାଣିଜ୍ୟ, ପରିବହନ ଦିଗରୁ ଶୁଭଫଳ ପାଇବେ।
🕉️【ନୀତି ବାଣୀ】🕉️
ନିଜର ଭାବିକି କଥାପଦେ ହେଲେ
ନ ଭାବନ୍ତି ସେତ ଭଲ,
ସାମାନ୍ୟ କଥାରେ ଆଘାତ ଦେବେ ସେ
ସରିଯିବ ତୁମ ଗେଲ…
ମୃତ୍ୟୁ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ନିଦ୍ରା ଠାରୁ ଶିଖନ୍ତୁ ।ସଫଳତା ଗୋଟିଏ ଦିନରେ ମିଳିବ ନାହିଁଁ କିନ୍ତୁ ଗୋଟିଏ ଦିନ ନିଶ୍ଚୟ ମିଳିବ ବିନା Permissionରେ କିମ୍ବା ବିନା Causeରେ କାହାଗୃହରେ Enter କରିବ ନାହିଁଁ।
