ଆଉ ୬ଟି ନୂଆ ଥାନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

0 253

ଭୁବନେଶ୍ଵର, ୭/୮(ଏସ.ଏଏସ୍‌.ନିୟୁଜ) ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀକୁ ମଞ୍ଜୁରି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨୦ ଥାନାରେ ୯୦୫ ନୂଆ ପୁଲିସ ପଦବୀ ସହ ରାଜ୍ୟରେ ଆଉ ୬ଟି ନୂଆ ଥାନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି ମିଳିଛି ।୬ଟି ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ପରିସୀମା ଭଙ୍ଗାଯାଇ ଦୁଇ ଭାଗ ହେବ।

 

Leave A Reply

Your email address will not be published.