ମହଙ୍ଗା ପଡିଲା ମାସଂ କିଣା , ଗିରଫ ହେଲେ ଶିକାରୀସହ ୯

0 357

ଚନ୍ଦକା:୪/୯(ଏସଏସଏନ୍) ଯୁବକ ୭ ଜଣଙ୍କୁ ହରିଣ ମାସଂ କିଣିବା  ମହଙ୍ଗା ପଡିଛି । ବନବିଭାଗ ଓ ପୋଲିସ ହାତରେ ଧରାପଡି ଗିରଫ ହୋଇଛନ୍ତି । ତା ସହିତ ୨ଜଣ ଶିକାରୀ ହରିଣ କୁ ଶିକାର କରି ମାସଂ ବିକ୍ରି କରୁଥିବା ବେଳେ ଧରା ପଡି ଗିରଫ ହୋଇଛି । ତେବେ ଏହି ଘଟଣା ଚନ୍ଦକା ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରୁ ବାରମ୍ବାର ଜଙ୍ଗଲି ଜୀବଜନ୍ତୁ କୁ ଶିକାର କରି ବିକ୍ରି ହେଉଥିବା ଅଭିଯୋ ହେଇଆସୁଥିଲା ଖାସ୍ କରି ହରିଣ ମାନଙ୍କୁ ଶିକାର କରି ପ୍ରତିଦିନ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା ।

ଗୁରୁବାର ଦିନ   ଡମପଡ଼ା ବନବିଭାଗ ଓ ଚନ୍ଦକା ଥାନା ପୋଲିସ ର ନାଇଟ ପେଟ୍ରୋଲିଙ୍ଗ ରେ  ବିଳମ୍ବିତ ରାତିରେ ପୋଲିସ ଶିକାରୀଙ୍କ ବିଷୟରେ ଖବର ପାଇଥିଲା, ପେଟ୍ରୋଲିଙ୍ଗ ରେ ସେମାନଙ୍କୁ ଚନ୍ଦକା ଜଙ୍ଗଲ ର ଫିରିଙ୍ଗି ନାଳି ଅଞ୍ଚଳରୁ  ଗିରଫ କରିଛି ।

ଗିରଫ ବେଳେ ୪ କିଲୋ ହରିଣ ମାଂସ ବିକ୍ରି କରିସାରି ଥିଲେ । ସେମାନଙ୍କ ଠାରୁ  ହରିଣ ମାଂସ, ବନ୍ଧୁକ,୧୦କେଜି ସୀସା ,ଭୁଜାଲି କଟୂରୀ,ହରିଣ ଛାଲ ଜବତ କରିଛି ।  ଚନ୍ଦକା ଅଞ୍ଚଳ ରେ ଶିକାରୀ ମାଂସ ବିକୁଥିଲେ, ମାଂସ କିଣୁଥିବା ୭ ଜଣଙ୍କୁ ମଧ୍ୟ ଗିରଫ କରି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି ।

Leave A Reply

Your email address will not be published.