ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ

0 502
ସଂକ୍ଷେପରେ ଖବର ଆଜି ସକାଳର,ତାରିଖ ୧୦/୦୯/୨୦ ଗୁରୁବାର
୧-ନିଜ ପୂର୍ବ ପ୍ରତିଶ୍ରୁତି ମୁତାବକ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଗତ କାଲି ଅପରାହ୍ଣରେ ମୁମ୍ବାଇରେ ପହଞ୍ଚିଛନ୍ତି ।
୨-ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ : ଓଡିଶାର ସାଂସଦ, ବିଧାୟକଙ୍କ ନାମରେ ରହିଛି ୨୨୦ଟି ଅପରାଧିକ ମାମଲା।
୩-୧୨ ତାରିଖରୁ ଓଡ଼ିଶାରୁ ଚାଲିବ ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌।
୪-କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍‌କି ଜଙ୍ଗଲରେ ଏନ୍‌କାଉଣ୍ଟର : ୫ ମାଓବାଦୀ ନିହତ, ମୃତକଙ୍କ ମଧ୍ୟରେ ୩ ମହିଳା କ୍ୟାଡର୍।
୫-ଖୁବ ଶୀଘ୍ର ଆରମ୍ଭ ହେବ DL, LL ଆବେଦନ ପ୍ରକ୍ରିୟା, ସମସ୍ତ ଆରଟିଓଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି-ପରିବହନ ମନ୍ତ୍ରୀ
୬-ଭାରତରେ ଚାଲୁରହିବ କରୋନା ଟିକା ‘କୋଭିସିଲ୍‌ଡ’ର ପରୀକ୍ଷଣ।
୭-ଦୁଇ ଓଡ଼ିଆଙ୍କ ସମେତ ୩୮ ଶିକ୍ଷକଙ୍କୁ ‘ସିବିଏଇ ଶିକ୍ଷକ ପୁରସ୍କାର’ ନୂଆଦିଲ୍ଲୀରେ ଆୟୋଜିତ ଅନଲାଇନ ସମାରୋହରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
୮-କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନସ୍ ସହ ଅଧିକ ଆଇସିୟୁ ବେଡ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।
୯-ସବୁ ଅନୁଦାନପ୍ରାପ୍ତ ଜୁନିୟର କଲେଜର ପରିଚାଳନା କମିଟି ଭାଙ୍ଗିଲେ ସରକାର।
୧୦-ରାଜ୍ୟର ଦୁଇଟି ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ, କୋଭିଡ ଆକ୍ରାନ୍ତ ମଧ୍ୟ ଦେଇପାରିବେ ଭୋଟ।
୧୧-ଚେନ୍ନାଇରେ ସୁସ୍ଥ ହୋଇଥିବା ୧୦ଜଣ ବ୍ୟକ୍ତି ପୁଣି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ।
୧୨-ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଡୋନାଲ୍ଡ ଟ୍ରମ୍ପ ମନୋନୀତ, ୟୁଏଇ-ଇସ୍ରାଏଲ ମଧ୍ୟରେ କରାଇଥିଲେ ଐତିହାସିକ ଶାନ୍ତି ବୁଝାମଣା।
୧୩-‘ମୁଁ କାହିଁକି ବଞ୍ଚିଛି,ମୋର ମରିଯିବା ଉଚିତ୍‌’- ରିୟାଙ୍କ ଜାମିନ ଖାରଜ ପରେ ବ୍ୟତିବ୍ୟସ୍ତ ପିତାଙ୍କ ପ୍ରତିକ୍ରିୟା।
୧୪-ରିଲାଏନ୍ସ ରିଟେଲ୍ ଭେଂଚର୍ସରେ ୭,୫୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ସିଲ୍‌ଭର୍ ଲେକ୍‌।
୧୫-ଭାରତୀୟ ଇଲାକା ଦଖଲ ପାଇଁ ପ୍ରସ୍ତୁତି ଚଳାଇଛି ଚୀନ୍‌, ମୁକାବିଲା ପାଇଁ ଭାରତ ପ୍ରସ୍ତୁତ।
୧୬-ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ,ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ।
Leave A Reply

Your email address will not be published.