ମାର୍ଚ୍ଚମାସ ୧୦ତାରିଖ ୨୦୨୫ମସିହା(ସୋମବାର)ଫାଲଗୁନ ମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ୦୭/୫୫ ଗତେ ଦ୍ୱାଦଶୀ ,ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୦୧/୪୫ ଗତେ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୪/୫୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୧୮ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୫୫ ଗତେ ନୈରୁତେ ,ମିଥୁନରାଶିର ଘାତବାର ,ଦ୍ୱାଦଶର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅଦ୍ୟ ମୃତେ ଦିବା ଘ୦୭/୫୫ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୭/୨୯ ଗତେ ଘ୦୮/୫୯ ମଧ୍ୟେ ,ବାରବେଳା – ଦିବା ଘ୦୨/୫୪ ଗତେ ଘ୦୪/୨୭ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୮ ମଧ୍ୟେ ଓ ଘ୧୦/୪୮ ଗତେ ଘ୦୧/୧୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୭ ଗତେ ଘ୦୫/୧୩ ମଧ୍ୟେ ,ଅଦ୍ୟ ଶିମ୍ବ ଦିବା ଘ ୦୭/୫୫ଗତେ ପୋଇ ଭକ୍ଷଣ ନିଷେଧ
ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମିଥୁନ:-ଦିନଟି ଠିକ୍ଠାକ୍ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
ସି˚ହ:-ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
କନ୍ୟା:-ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
ତୁଳା:-ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
ବିଛା:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
ଧନୁ:-ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
ମକର:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
କୁମ୍ଭ:-ଆପଣଙ୍କ ଊର୍ଜ। ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ:-ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।
ନଡ଼ିଆପାଣିର ଉପକାରିତା…..
ନଡ଼ିଆପାଣିର ସ୍ୱାଦ ଭାରିମିଠା। ଏହା ଆମ ଶରୀରପାଇଁ ଖୁବ୍ ହିତକାରକ।ଏହାକୁ ଛୋଟଠାରୁ ବଡ଼ ସବୁ ବୟସ୍କରଲୋକେ ପସନ୍ଦ କରିଥାନ୍ତି। ବର୍ଷର ସବୁସମୟରେ ଏହାର ଆବଶ୍ୟକତା ଥାଏ। ହେଲେ ଖରାଦିନେ ଏହାର ଚାହିଦା ଖୁବ୍ ବଢ଼ିଯାଇଥାଏ। ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ:-
ନଡ଼ିଆପାଣିରେ ଖଣିଜ ଲବଣ ଭରପୂର ହୋଇଥାଏ ।ନଡ଼ିଆପାଣି ପିଇଲେ ଆମଶରୀରକୁ ଶକ୍ତି ମିଳିଥାଏ ।ଏହା ଆମ ଶରୀରରେ ରୋଗ ପ୍ରତିରୋଧଶକ୍ତିକୁ ବଢ଼ାଇଥାଏ ।ଫଳରେ ଶରୀରରେ କୌଣସି ରୋଗ ହେବାର ଆଶଙ୍କା କମ୍ ହୋଇଥାଏ ।
ଏହା ଆମଶରୀରର ମୋଟାପଣକୁ ବି ଦୂର କରିଥାଏ ।ନଡ଼ିଆପାଣି ପିଇବାଦ୍ୱାରା ଆମକୁ ବାରମ୍ବାର ଭୋକ ହୋଇନଥାଏ ।
ବିଶେଷକରି ସକାଳେ ନଡ଼ିଆପାଣି ପିଇଲେ ଶରୀରପାଇଁ ଅଧିକ ଲାଭଦାୟକ ହୋଇଥାଏ ।
ନଡ଼ିଆପାଣି ପିଇଲେ ଗଳଗଣ୍ଡ ଭଳି ମାରାତ୍ମକରୋଗ ଭଲ କରିବାରେ ସହାୟକ ହୋଇଥାଏ ।ଆମ ଶରୀରରେ ବୃକକ୍କୁ ସୁସ୍ଥ ରଖେ ନଡ଼ିଆପାଣି।
ନଡ଼ିଆପାଣି ପିଇଲେ ୟୁରିନ ଇନଫେକ୍ସନ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା କମ୍ ଥାଏ ।
ନଡ଼ିଆପାଣି ଆମ ତ୍ୱଚାକୁ ମସୃଣ ଓ ଉଜ୍ଜଳ ରଖିଥାଏ ।କିଛିଲୋକ ନଡ଼ିଆପାଣିରେ ଅଣ୍ଡା ଭିତରେ ଥିବା ଧଳାଅଂଶକୁ ମିଶାଇ ପିଇଥାନ୍ତି । କାରଣ ଅଣ୍ଡାର ଧଳା ଅଂଶରେ ଅଧିକ ପ୍ରୋଟିନ ଓ କ୍ୟାଲସିୟମ ଭରପୂର ହୋଇରହିଥାଏ ।ନଡ଼ିଆ ପାଣିରେ ଖଣିଜଲବଣ ଥାଏ । ଏହାକୁ ମିଶାଇ ପିଇଲେ ଆମ ଶରୀରକୁ ଶକ୍ତି ମିଳିଥାଏ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!