ରାତି ଅଧିଆ ଚଢାଉ

0 1,217

ଡେଲାଙ୍ଗ ୨୨/୦୯(ଏସଏସନିୟୁଜ )ଡେଲାଙ୍ଗ ପୋଲିସ ଗତରାତିରେ ଜୁଆ ଆଡା ଉପରେ ଚଢାଉକରି ୭ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ମଟର ସାଇକେଲ ଓ ଟଙ୍କା ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ ଡେଲାଙ୍ଗ ଥାନା ଅଂଚଳରେ ଜୁଆଡି ମାନେ ଦିନକୁ ଦିନ ସ୍ଥାନ ବଦଳାଇ ବିଭିନ୍ନ ଅଂଚଳରେ ଜୁଆ ଖେଳିବା ସହିତ ଅସାନ୍ତି କର ବାତା ବରଣ ସୃଷ୍ଟି କରୁଥିବା ପୋଲିସ ପାଖରେ ଖବର ପଂହଚିଥିଲା । ପୋଲିସ ଅନେକ ଥର ଚେଷ୍ଟା କରି ମଧ୍ୟ ଜୁଆଡି ମାନଙ୍କର ପତ୍ତା ନପାଇ ଫେରିଆସୁଥିଲା ।ଗତ ରାତିରେ ଡେଲାଙ୍ଗ ପୋଲିସ କୌଣସି ସୁତେରୁ ଖବର ପାଇ ଆଇଆଇସି ରଶ୍ମିରଂଞ୍ଜନ ପଟ୍ଟନାୟକଙ୍କ ସମେତ ସଦଳବଳେ କୁଞ୍ଜର ଗ୍ରାମର ତ୍ରୀନାଥ ମନ୍ଦିର ନିକଟରେ ପଂହଚି ସେଠାରୁ ୭ଜଣକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଏହା ସହିତ ସେମାନଙ୍କ ଠାରୁ ୧୪ ହଜାର ୫ଶହ ଟଙ୍କ ,ତାସମୁଠା ,ଟର୍ଚ୍ଚ ଲାଇଟ,୬ଟି ମୋବାଇଲ,୭ଟି ମଟରସାଇକେଲ ,ମହମବତି ,ଦିଆସିଲି ପ୍ରଭୃତି ଜବତ କରାଯାଇଛିାଏନେଇ ୧୩୨/୨୦ ମାମଲା ରୁଜୁ କରାଯାଇ ଡେଲାଙ୍ଗ ହୁମର ଗ୍ରାମର ଭାସିଆ ନାୟକ,(୫୦) ,ସାକ୍ଷୀଗୋପା ଳର ଗୌତମ ବରାଳ (୪୦),ପିପିଲିର ସୁକାନ୍ତ ସ୍ୱାଇଁ(୩୫),ଦିଶାସନ ସ୍ୱାଇଁ(୩୭)ପୁରୀର ଲୁଲୁପାତ୍ର(୪୫),ବାନାମ୍ବର ଦାଶ (୪୫),ଗୁଆଚଉକାର ସମିର ସାହୁ,(୩୫) ଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

(ଡେଲାଙ୍ଗରୁ ଚିତ ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.