ରାଜଧାନୀରେ ନର କଙ୍କାଳ , ହତ୍ୟା ସନ୍ଧେହ

0 341

ଭୁବନେଶ୍ୱର:୨୯/୧୧- ରାଜଧାନୀରେ ନର କଙ୍କାଳ ।ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନୋଟି ନର କଙ୍କାଳ ଗୋଟିଏ ପଲିଥିନ ଜରିରୁ ମିଳିଛି । ଯାହାକୁ ନେଇ ରାଜଧାନୀ ବାସୀ ଏବେ  ଆତଙ୍କିତ ହୋଇପଡିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହି ନର କଙ୍କାଳ କାହାର । ଆଉ  ଏଠିକି ଆସିଲା କେମିତି । ନା କିଏ ହତ୍ୟା କରି କଙ୍କାଳ କୁ ଆଣି ଫୋପାଡି ଚାଲିଯାଇଛି । ନା ଦୀର୍ଘ ୧୫ ଦିନ ତଳେ  ବରମୁଣ୍ଡା ଓଭରବ୍ରିଜ ତଳେ ଯାଇଥିବା ଡ୍ରେନ୍ ରେ ଭାସୁଥିବା କଟା ଗୋଡ କୁ ଜବତ କରି ହତ୍ୟାକାଣ୍ଡ ସନ୍ଦେହ କରି ଖଣ୍ଡଗିରି ପୋଲିସ  ମାମଲା ଋଜୁ କରିଥିଲେ । ତେବେ ଆଜିର ଏହି ନର  କଙ୍କାଳ ସେଇ ଲୋକର ନୁହଁ ତ ।

ଏମିତି ଏନେକ କଥା ଲୋକେ ଟୁପୁର ଟାପୁର ହେଉଥିବା ବେଳେ   ଖବର ପାଇ ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ ଓ ସାଇଟିପିକ୍ ଟିମ୍  ପହଁଞ୍ଚି ତନାଘନା ଆରମ୍ଭ କରିଛି।

ପ୍ରକାଶ ଯେ , ଶୁକ୍ରବାର ସକାଳ ସମରେ ନୟାପଲ୍ଲୀ ଆଇଆରସି ଭିଲେଜ ସରକାରୀ ସ୍କୁଲ ପଡିଆରେ  ଗୋଟିଏ ପଲିଥିନ ଜରିରୁ ତିନୋଟି ମଣିଷ କଙ୍କାଳ ପଡିଥିବା ସେଇ ରାସ୍ତା ଦେଇ ଯାତାୟତ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ  । ଏହି ଖବର ପଚାର ହେବା ପରେ ଘଟଣାସ୍ଥଳରେ ଦେଖେଣାହାରୀଙ୍କ ଭିଡ ଜମିଥିଲା । ପରେ ଖବର ପାଇ ନୟାପଲ୍ଲୀ ପୋଲିସ ଓ ସାଇଟିପିକ୍  ପହଞ୍ଚି  ତଦନ୍ତ କରୁଥିବା ବେଳେ ହାଡ଼ ଗୁଡ଼ିକରେ ନମ୍ବର ଲେଖା ହୋଇଛି । ମେଡିକାଲ ଛାତ୍ରଛାତ୍ରୀଙ୍କ ରିସର୍ଚ୍ଚ ପରେ ଏସବୁକୁ ଫୋପଡ଼ା ଯାଇଥିବା ସନ୍ଦେହ କରାଯାଉଛି ବୋଲି ଥାନା ତରଫରୁ ସୂଚନା ମିଳିଛି ।।

Leave A Reply

Your email address will not be published.