ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କଲେ ପୋଲିସ ଡିଜି

0 344

ଭୁବନେଶ୍ୱର,୨/୧୧(ଏସଏସନିୟୁଜ)କଟକ ରେ ଥିବା ରାଇମବ୍ରାଞ୍ଚ ର ସାଇବର ଥାନା ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଛି ।ଏହି ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି ପୋଲିସ ଡିଜି ।ପୂର୍ବରୁ କ୍ରାଇମବ୍ରାଞ୍ଚ ର ସାଇବର ଥାନା କଟକ ରେ ରହିଥିଲା । ତାହା ଏବେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ସାଇବର କ୍ରାଇମ ର ତଦନ୍ତ ପାଇଁ ଏଠାରେ ଟ୍ରେନିଂ ଦିଆଯିବ । ଏଠାରେ ୬ ମାସ ମଧ୍ୟରେ ରାଜ୍ୟ ପୋଲିସ ର ସୋସିଆଲ ମିଡିଆ ସେଲ ଆରମ୍ଭ କରାଯିବ ।ଏଣିକି ସାଇବର ଭବନରୁ ସାଇବର ଅପରାଧିଙ୍କ ବ୍ଲୁ ପ୍ରିଣ୍ଟ ତିଆରି ହେବ।ଅନଲାଇନ କ୍ରାଇମ ଠାରୁ ଆରମ୍ଭ କରି ୱେବସାଇଟ ହ୍ୟାକ,ଅନଲାଇନ ଠକେଇ, ଅଶ୍ଳିଳ ଭିଡ଼ିଓ ଭାଇରାଲ କେସ ଆଦି ଦିଗରେ ବଡ଼ ଧରଣର ପରିବର୍ତ୍ତନ ହେବ । ଏଠାରେ ଟ୍ରାକ କରିବାକୁ ଉନ୍ନତ ଜ୍ଞାନ କୌଶଳରେ ନିର୍ମିତ ସଫ୍ଟୱାୟାର ।୮ ଟି ଟ୍ରଜନିରେ ୨୦୦ ଏସଆଇରୁ ଇନ୍ସେପେକ୍ଟର ସ୍ତରରେ ତାଲିମ ଦେବା ପାଇଁ ଯୋଜନା ରହିଥିବାର କହିଛନ୍ତି ପୋଲିସ ଡିଜି ।

Leave A Reply

Your email address will not be published.