ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନଦାବିରେ ବାରଙ୍ଗ ଷ୍ଟେସନ ବଜାର ବଣିଜ ସଂଘ ଓ ସ୍ୱଚ୍ଛ ଭାରତ ଅଟୋ ଆସୋସିଏସନ୍ ତରଫରୁ ବିକ୍ଷୋଭ

0 262

ବାରଙ୍ଗ,୩/୧୧(ଏସ୍‌ଏସ୍‌ନିୟୁଜ) ଆତଙ୍କବାଦୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବାରଙ୍ଗ ଷ୍ଟେସନ ବଜାର ବଣିଜ ସଂଘ ଓ ସ୍ୱଚ୍ଛ ଭାରତ ଅଟୋ ଆସୋସିଏସନ୍ ତରଫରୁ ବାରଙ୍ଗ ବଜାର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶ୍ୱରେ ଆତଙ୍କବାଦ କୁ ପ୍ରୋତ୍ସାହନ ଦେବା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଉଥିବା ମାମୁର୍ ଆଜାଦ୍, ଦାଉଦ୍ ଇବ୍ରାହମ୍,ହାପିଦ୍ ସୟଦ୍,ଇମ୍ରାନ୍ ଖାନ୍,ସେକ୍ ସଲାଉଦିନ୍ ଙ୍କ ଫୋଟୋ ଚିତ୍ରରେ କାଳି ବୋଲି ଏବଂ ପାଦ ତଳେ ରଖି ପ୍ରତିବାଦ କରାଯାଇଥିଲା।ଏବଂ ହାତରେ ପ୍ଲା କାର୍ଡ ଧାରୀ ଆତଙ୍କବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସ୍ଲୋଗାନ ଦିଆଯାଇଥିଲା।ବଣିଜ ସଂଘର ସମ୍ପାଦକ ପ୍ରହଲ୍ଲାଦ ମହାନ୍ତି, ସଭାପତି ପ୍ରଦୀପ ବେଉରା ଓ ଅଟୋ ଆସୋସିଏସନ୍ ର ସମ୍ପାଦକ ଦିପକ ସ୍ୱାଇଁ ଙ୍କ ନେତୃତ୍ୱ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ନୃସିଂହ ପାଣି,ଦିବାକର ସାହୁ,ସୁବାସ ଜେନା,ମଙ୍ଗରାଜ ପରିଡ଼ା,ଗୋପାଳକୃଷ୍ଣ ରାଉତ,ରାଜକିଶୋର ରାଉତ ଆଦି ବ୍ୟକ୍ତିଗଣ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.