ତ୍ରିଶୂଳିଆ ଛକରୁ ଧରାହେଲା ବ୍ରାଉନ ସୁଗାର

0 659

ବାରଙ୍ଗ,୨୮/୧୧(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ଶୁକ୍ରବାର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ଛକ ଠାରେ ଚଢ଼ାଉ କରି ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ପଟିଆ ଅଞ୍ଚଳର ରାମଚନ୍ଦ୍ର ପାତ୍ର।ଗିରଫ ଯୁବକଙ୍କ ଠାରୁ OR02-Z-2753 ନମ୍ବର ହିରୋହୋଣ୍ଡା ଗାଡିକୁ ମଧ୍ୟ ଜବତ କରାଯାଇଛି।କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଅଧିକାରୀଜଗଦୀଶ ଚନ୍ଦ୍ର ସାମଲଙ୍କୁ ନେଇ ଗଠିତ ୬ଜଣିଆ ଟିମ ଚଢାଉ କରିଥିଲେ ।ଚଢାଉ ବେଳେ ରାମଚନ୍ଦ୍ର ଙ୍କ ଠାରୁ ଜବତ ହୋଇଥିବା ବ୍ରାଉନ ସୁଗାର୍ ର ଆନୁମାନିକ ମୂଲ୍ୟ ୪୦ ଲକ୍ଷ୍ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ ସୂଚନା ଦେଇଛନ୍ତି।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.