କଟକ ITI ଛାତ୍ର କଲେ କମାଲ

0 252

କଟକ ,୧୬/୧୨(ଏସଏସନିୟୁଜ) କଟକ ITI ଛାତ୍ର କଲେ କମାଲ Iହୋଇଥିବା ସର୍ବଭାରତୀୟ ଏପାରେଣ୍ଟିସିପ ର ପରୀକ୍ଷା ରେ ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ରେ ରହି ଗୌରବ ଅର୍ଜନ କରିପାରିଛନ୍ତି I ସର୍ବଭାରତୀୟ ଏପାରେଣ୍ଟିସିପ ର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏହି ତାଲିକାରେ ITIଛାତ୍ର ବିଭୂପ୍ରସାଦ ପୃଷ୍ଟି ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନରେ ର୍ହିଥିବାର ଜଣାପଡିବା ପରେ ତାଙ୍କ ପରିବାର ରେ ଖୁସିର ଲହରୀ ଖେଳିଯାଇଛି I କଟକ ଜିଲ୍ଲା, କଳାପଥର ପଂଚାୟତ ର ବାସିନ୍ଦା ବିଭୂପ୍ରସାଦ ୨୦୧୫ ରେ ନାମ ଲେଖାଇ, ୨୦୧୭ ମସିହା ରେ ଉର୍ତ୍ତିନ ହୋଇଥିଲେ. ITI ପାସ କରି Odisha Power Transmission Corporation Limited (OPTCL ), ଖୋର୍ଦ୍ଧା ଏପାରେଣ୍ଟିସିପ ତାଲିମ ନେଇଥିଲେ I ତାଲିମ ଗ୍ରହଣ ଶେଷ ହେଲା ପରେ ସେ ସର୍ବଭାରତୀୟ ଏପାରେଣ୍ଟିସିପ ପରୀକ୍ଷା ରେ ସଫଳତା ର ସହ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି.ତାଙ୍କର ଏହି ସଫଳତା ପାଇଁ ସେ ସରକାରୀ ITI ର ଇଲେକଟ୍ରିସିଆନ trade ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଏବଂ OPTCL ର ସମସ୍ତ କର୍ମଚାରୀ ବୃନ୍ଦ ଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି I

Leave A Reply

Your email address will not be published.