ହୋଟେଲର ଚୋରୀ ସାମଗ୍ରୀ କୁ ପୋଲିସ କଲା ଜବତ

0 400

ବାରଙ୍ଗ,୧୬/୧୨(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ରେଲୱେ ଓଭରବ୍ରିଜ ନିକଟରେ ଅକ୍ଟୋବର୧୭ତାରିଖରେ ବୋନଜର ହୋଟେଲରୁ ହୋଇଥିବା ଚୋରୀ ଘଟଣାର ପର୍ଦାଫାସ କରିଛି ବାରଙ୍ଗଥାନା ପୋଲିସ ।ଏହି ଘଟଣାରେ ପୋଲିସ ବାଙ୍କି ବୈଦଶ୍ୱରଥାନା ଅର୍ନ୍ତଗତ କେନ୍ଦୁପଲ୍ଲୀ ଗ୍ରାମର ସୁକାନ୍ତ ଓରଫ ଜଗନ୍ନାଥଗୁରୁ,ବଡମ୍ବାଥାନା ଅର୍ନ୍ତଗତ ଶଙ୍ଖମାରୀ ଗ୍ରାମର ସନ୍ତୋଷ ଓରଫ ଜ୍ଞାନରଞନ ଦେ କୁ ଗିରଫକରିବା ସହ ଚୋରୀ ସମାଗ୍ରୀ ଜବତ କରିଛି ।
ପ୍ରକାସ ଯେ,ଅକ୍ଟୋବର୧୮ତାରିଖରେ ହୋଟେଲମାଲିକ ରଣଜିତ ମାର୍ଥା ହୋଟେଲ କବାଟ ଭାଙ୍ଗି ଏଲଇଡି, ପ୍ରେସର କୁକର,ଗ୍ରାଇଣ୍ଡର,ଫ୍ୟାନ ଆଦି ହୋଟେଲ ସାମଗ୍ରୀ ଚୋରୀ ହୋଇଥିବାର ବାରଙ୍ଗଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୬୦/୨୦କେଶନଂଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ବୁଧବାର ବଢିଭୋରେ ସମୟରେ ଚୋରୀ ଘଟଣାରେ ସମ୍ପୃକ୍ତି ଜଗନ୍ନାଥଗୁରୁ, ଜ୍ଞାନରଞନ ଦେ କୁ ଗିରଫ କରି ସେମାନଙ୍କ ଠାରୁ ୧୦ଟି କାନ୍ଥଫ୍ୟାନ.ଏକ ଏଲଇଡି, ପ୍ରେସରକୁକର ,ଗ୍ରାଇଣ୍ଡର ,ଇନଭେଟର ବେଟାରୀ,ପ୍ୟାକିଂମେସିନ ଅଦିକୁ ଜବତ କରିବା ସହ ଏକ ବାଇକ ଓ ଟାଟାଏସି ଅଟାକେୁ ଜବତ କରି ଉଭୟଙ୍କୁ କୋର୍ଟଚାଳଣ କରିଛନ୍ତି । (ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.