ରହସ୍ୟ ଭେଦ କରିପାରୁନି ପୋଲିସ , ଚାଲିଛି କାରଣ ଖୋଜା

0 427

ଭୁବନେଶ୍ବର:୪/୧୨- ଏବେ ବି  ରହସ୍ୟ ଘେରରେ ରୁବି ର ମୃତ୍ୟୁ ଘଟଣା । ଏହି ଘଟଣାକୁ  ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ରୁବି ର ସ୍ବାମିକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ବେଳେ  କଣ ପାଇଁ ରୁବି କୁ ହତ୍ୟା କରାଯାଇଛି କାରଣ ଖୋଜୁଛି ପୋଲିସ । ଏନେଇ ଥାନାଅଧିକାରି  ତଦନ୍ତକୁ ଜୋରଦାର ଚଳାଇଥିବା ବେଳେ ଏହି ଘଟଣାର ରହସ୍ୟକୁ  ଭେଦ କରିପାରିନଥିବା  ଜଣାପଡିଛି ।

ବିଶ୍ବାସ ଓ ଭରଷା କୁ ନେଇ ନିଆଳି ଅଞ୍ଚଳର ରୁବି ପରିଡା ସହ ଚନ୍ଦକା ଥାନା ଦାରୁଠେଙ୍ଗ ଗଡସାହିର ଦିପକ ଭୋଇ ସହିତ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ସମ୍ପର୍କ ଏତେ ନିବିଡ ହୋଇଥିଲା ଯେ ,  କେହି କାହାଠାରୁ ଟିକିଏ ବି ଅଲଗା ରହୁନଥିଲେ । ଶେଷରେ ନିଜର ଜାତି ଭେଦକୁ ତଳେ ପକାଇ ନିଜ ପରିବାର ଲୋକଙ୍କ ଠୁ ସମ୍ପର୍କ ତୁଟାଇ ରୁବି  ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଦିପକକୁ ବିବାହ ମଧ୍ୟ ହୋଇଥିଲେ । କିନ୍ତୁ ବିବାହର କିଛି ଦିନ ଗଲାପରେ ରୁବି ର ଜୀବନରେ ମାଡିଆସିଥିଲା ଝଡ । ଶେଷରେ ରୁବି କୁ ସ୍ବାମି ଦିପକ ଓ ତା ପରିବାର ଲୋକ ମିଶି ମାରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।ହେଲେ ରୁବିକୁ   ଯିଏ ଜୀବନଠୁ ବେଶି ଭଲ ପାଉଥିଲା ରୁବିର ସ୍ବାମି ଦୀପକ କଣ ରୁବିର ହତ୍ୟାକାରି ? ନା ରୁବିକୁ ଆଉ କିଏ ମାରିଛି । ଯଦି ଦିପକ ରୁବି କୁ ହତ୍ୟା କରିଛି ତେବେ କାହିଁକି ? ହତ୍ୟା କରିବା ର କାରଣ କଣ ? ହତ୍ୟାକାଣ୍ଡ ର କାରଣ  ତ୍ରିକୋଣିୟ ପ୍ରେମ ନୁହେଁତ । ନା ଯୈାତୁକ ଜନିତ ହତ୍ୟା କାଣ୍ଡ । ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୋଲିସ ଏହି ଘଟଣା ଉପରୁ ପରଦା ଉଠେଇବାକୁ ଜୋରସୋର ଲାଗିଥିବା ଜଣାପଡିଛି । ତେବେ ଏହି ଘଟଣାରେ ରୁବି ର ଶ୍ବଶୁର ସହ ରୁପିକୁ ପୋଡିବାକୁ ନେଇଥିବା ୧୦ ରୁ ୧୨ ଜଣ ଲୋକ ଏବେ ବି ଫେରାର ଥିବା ଜଣା ପଡିଛି । ତେବେ ଏହି ଘଟଣା ଉପରୁ କେବେ ପରଦା ଉଠିବ ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ମିଳିବ ତାହା ଆଗାମୀ ଦିନରେ ଜଣାପଡିବ ।

ସୁଚନା ଯୋଗ୍ୟ ଯେ , ମଙ୍ଗଳବାର ଦିନ  ଭୁବନେଶ୍ବର ଉପକଣ୍ଠ ଡାରୁଠେଙ୍ଗ ଗଡସାହିର ସ୍ମଷାନରୁ ରୁବିର ଅର୍ଦ୍ଧଦଗ୍ଦ ମୃତଦେହକୁ ଚନ୍ଦକା ପୋଲିସ ଉଦ୍ଧାର କରିଥିଲା । ପୋଲିସ କହିବା କଥା ରୁବିକୁ ସୋମବାର ବିଳମ୍ବିତ ରାତିରେ ବେକରେ ରଶି ବାନ୍ଧି ଶ୍ବାସଋଧ କରି ସ୍ବାମି ଦିପକ ସହ ଶାଶୁ  ଶ୍ବଶୁର ଓ ନଣଦ ମିଶି ମାରିଥିଲେ ପରେ ଗ୍ରାମର କିଛି ଲୋକକୁ ନେଇ ଗ୍ରାମ ସ୍ମଷାନରେ ପୋଡିବାକୁ ନେଇ ପୋଡୁଥିବା ବେଳେ ବିଶେଷସୁତ୍ରରୁ ଥାନାଅଧିକାରି ଖବର ପାଇ ସନ୍ଧାନୀ କୁକୁର ସହ  ସ୍ମଷାନରେ ପହଁଛିଥିଲେ ।  ମଷାଣିରୁ ପୋଡା ହାତ ଓ ପାଉଁସ ଆଣି ଲାବ୍ରୋଟରି କୁ ପଠାଇଥିଲେ । ଘଟଣାସ୍ଥଳରେ ଜୋନ ଏସିପି ତରୁଣ କୁମାର ଦାସ  ଥାନାଧିକାରି ପହଁଛି ଶାଶୁ ନଣଦ ଓ ସ୍ବାମି ଦିପକକୁ ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଶ୍ବଶୁର ଫେରାର ଥିବା ଜଣାପଡିଥିଲା ।

Leave A Reply

Your email address will not be published.