୨୦୨୨ ପାଇଁ ବଛାହେଲେ କର୍ମକର୍ତା

0 279

ବାରଙ୍ଗ,୧୫/୧(ଏସ୍‌ଏସ୍‌ନିୟୁଜ) ନନ୍ଦନକାନନ ସରକାରୀ ଉଚ୍ଚବିଦ୍ୟାଳୟରେ ଭୁବନେଶ୍ୱର ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡା ସଙ୍ଗଠନର ନୁତନ କର୍ମକର୍ତା ଚୟନ ସଭା ଶୁକ୍ରବାରଦିନ ନନ୍ଦନକାନନ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସର୍ବସମ୍ମତିକ୍ରମେ ୨୦୨୨ ବର୍ଷ ପାଇଁ କର୍ମକର୍ତା ନିର୍ବାଚନ ହୋଇଛି । ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୁହ କ୍ରିଡା ସଙ୍ଗଠନରେ ୪ଜଣ ପ୍ରଧାନଶିକ୍ଷକଙ୍କ ସହ ୫ଜଣ କ୍ରିଡାଶିକ୍ଷକ ସଭ୍ୟବାବେ ସ୍ଥାନ ପାଇଛନ୍ତି ।

ଶିକ୍ଷାଅଧିକାରୀ ସନ୍ତୋଷକୁମାରରାଉତ ସଭାପତି, ଉପ-ଶିକ୍ଷାଅଧିକାରୀ ରବିନ୍ଦ୍ରକୁମାରସାହୁ ଉପ-ସଭାପତି, ନନ୍ଦନକାନନ ହାଇସ୍କୁଲର ବରିଷ୍ଟକ୍ରିଡାଶିକ୍ଷକ ଦେବରାଜଦାସ ସମ୍ପାଦକ ଓ କୋଷାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।ସେହିଭଳିଭାବେ ଉକ୍ତଳମଣିଉଚ୍ଚବିଦ୍ୟାପୀଠର ପ୍ରଧାନଶିକ୍ଷକ ଦିଲିୁପକୁମାରତ୍ରିପାଠୀ,ଚନ୍ଦକା ମହାରଣାବିରବୀର ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପବିତ୍ରମୋହନଦାସ, ନନ୍ଦନକାନନହାଇସ୍କୁଲ ପ୍ରଧାନଶିକ୍ଷକ ଭାରତୀଦେଇ. ଦାରୁଠେଙ୍ଗ ହାଇସ୍କୁଲ ପ୍ରଧାନଶିକ୍ଷକ କାନ୍ତିଲତାଲେଙ୍କା ଙ୍କୁ ନେଇ ୪ଜଣ ପ୍ରଧାନଶିକ୍ଷକ ଏହି କମିଟିରେ ସଦସ୍ୟଭାବେ ସ୍ଥାନପାଇଥିବା ବେଳେ ଦଧିବାବନ  ହାଇସ୍କୁଲର କ୍ରିଡାଶିକ୍ଷକ ପ୍ରମୋଦକୁମାରରାଉତ,ଇଞଣାହାଇସ୍କୁଲର ମହେଶ୍ୱରଘଡେଇ ,କଂଟାବାଡ ହାଇସ୍କୁଲର ତୁଷାରକାନ୍ତପ୍ରଧାନ,ପାଇକେରାପୁରହାଇସ୍କୁଲର ପ୍ରଦ୍ୟୁନ୍ମ କୁମାର ବଳିଆରସିଂ ,କେନ୍ଦୁପାଟଣା ବାଳିକା ବିଦ୍ୟାଳୟର ସଞୁବାଳାଦେଇକୁ ନେଇ ୫ଜଣ କ୍ରିଡାଶିକ୍ଷକ ଏହି କମିଟିରେ ସଭ୍ୟଭାବେ ନିର୍ବାଚିତ ହୋଇଛନ୍ତି । କୋଭିଡ କଟକଣା ପାଇଁ ବିଦ୍ୟାଳୟସ୍ତରୀୟ କ୍ରିଡାପ୍ରତିଯୋଗୀତା ସାମୟିକଭାବେ ବନ୍ଦ ରହିବା ସହ ନବନିର୍ବାଚିତ କର୍ମକର୍ତାମାନଙ୍କ ବୈଠକରେ ପ୍ରତିଯୋଗୀତା ର ସମୟ ଓ ସ୍ଥାନ ନିର୍ଦ୍ଦାରଣ କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.