ଆଜିର ରାଶିଫଳ

ଦୁବଘାସର ଔଷଧୀୟ ଗୁଣ ଓ ଚମତ୍କାରୀ ଫାଇଦା....

ମଇମାସ୦୧ତାରିଖ ୨୦୨୬ମସିହା(ଶୁକ୍ରବାର)ଶ୍ରମିକଦିବସ,ବୁଦ୍ଧଜୟନ୍ତୀ, ଚନ୍ଦନପୂର୍ଣ୍ଣିମା,ତିଥି-ପୂର୍ଣ୍ଣିମା ରାତ୍ରିଘ୧୦/୪୪ଗତେ ପ୍ରତିପଦ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୫/୦୬ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୦୪,ଯୋଗିନୀ ବାୟବ୍ୟେ ରାତ୍ରିଘ୧୦/୪୩ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୧ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୦ମଧ୍ୟେ ଓ ଘ୦୭/୪୬ଗତେ ଘ୦୮/୩୦ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୫୫ଗତେ ଘ୧୧/୪୮ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୧୦/୪୨ଗତେ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକି ରହିଥିବାକାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ।ହୃତଧନ ଫେରିପାଇବେ।ଆୟଅପେକ୍ଷା ବ୍ୟୟ କମ୍‌ ରହିବ।ଋଣମୁକ୍ତ ହେବାପାଇଁ ଚେଷ୍ଟା କରିବେ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ।
ବୃଷ:-ଆକସ୍ମିକ ଧନଲାଭ ଓ ଆର୍ଥିକଅବସ୍ଥାରେ ଉନ୍ନତି ଘଟିବ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମହେବ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ।ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ।ମହିଳାମାନେ ସଞ୍ଚୟ କରିବେ
ମିଥୁନ:-କର୍ମରେ ଉନ୍ନତି କରିବାପାଇଁ ଯୋଜନାକରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧିପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଓ ସହୋଗ ପାଇବେ।
କର୍କଟ:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେକ୍ଷତି ପହଞ୍ଚିବ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥକର୍ମଚାରୀଙ୍କ ରୋଷର ଶିକାରହେବେ।ବାପାମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ।ମହିଳାମାନଙ୍କର ଗୁରୁଜନଙ୍କସହ ବିବାଦ ହୋଇପାରେ ।
ସିଂହ:-ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତକର୍ମରେ ଅଯଥାବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନଥିଲେ ମଧ୍ୟ ମନଅଶାନ୍ତ ରହିବ।ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ।
କନ୍ୟା:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ।କର୍ମରେ ଉନ୍ନତି ଓ ସଫଳତା ପାଇବେ।ମହିଳା ସହକର୍ମୀ ସହଯୋଗ କରିବେ। ପରିବାରର ସମସ୍ତସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ ।ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ।
ତୁଳା:-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ।ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟହେବ।ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ,ଶତ୍ରୁମାନେ ମିତ୍ରହେବେ ଓ ଋଣମୁକ୍ତ ହେବାପାଇଁ ଚେଷ୍ଟା କରିବେ,ବିଦ୍ୟାର୍ଥୀ,କ୍ରୀଡ଼ାବିତ୍‌ ପ୍ରଶଂସିତହେବେ,ମହିଳାମାନେ ଧାର୍ମିକକାର୍ଯ୍ୟରେ ଆଗ୍ରହୀ ହେବେ।
ବିଛା:-ମାନସମ୍ମାନହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ,ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି।ପୁତ୍ର, କନ୍ୟାଅବଜ୍ଞା କରିବେ ଓ ତାଙ୍କକର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତ ହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ।ମହିଳାମାନେ ବିଷାଦଗ୍ରସ୍ତ ହେବେ।
ଧନୁ:-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ,ବ୍ୟବସାୟରେ କ୍ଷତି ପହଞ୍ଚିବ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ।ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ।ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଭଲହେବ।କର୍ମରେ ଉନ୍ନତି ଓ ସମସ୍ତକର୍ମରେ ଆଶାତୀତ ସଫଳତା ପାଇବେ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି।ପରିବାରର ସମସ୍ତ ସଦସ୍ୟ,ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ।
କୁମ୍ଭ:-ଆର୍ଥିକକ୍ଷତି ଓ ବ୍ୟବସାୟରେ କ୍ଷତିରସମ୍ଭାବନା ରହିଛି।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତକର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ।ଧନକୁ ନେଇବିବାଦ କିମ୍ବା ମାଲି ମକଦ୍ଦମା ହୋଇପାରେ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ,ମହିଳାମାନେ ବଦଖର୍ଚ୍ଚି ହେବେ ।
ମୀନ:- ଆଜି ଆପଣଙ୍କୁ ସୁଖାଦ୍ୟ,ସୁବସନ ପ୍ରାପ୍ତିହେବ।ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ,ବାଣିଜ୍ୟ,ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ।ଲକ୍ଷ୍ମୀଙ୍କରକୃପା ରହିବ।ମାନସିକ,ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ।।ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

🌿 ଦୁବଘାସର ଔଷଧୀୟଗୁଣ ଓ ଚମତ୍କାରୀ ଫାଇଦା! 🌿
ସାଧାରଣତଃ ଆମେ ଦୁବଘାସକୁ କେବଳ ପୂଜାକାମରେ ବ୍ୟବହାରକରିଥାଉ, କିନ୍ତୁ ଆପଣ ଜାଣନ୍ତିକି ଏହା ଅନେକ ଜଟିଳରୋଗ ପାଇଁ ଏକ ମହୌଷଧି? ଆୟୁର୍ବେଦ ଅନୁଯାୟୀ ଦୁବଘାସ ଶରୀରପାଇଁ ଅତ୍ୟନ୍ତ ଲାଭଦାୟକ।
ଏହାର କିଛି ମୁଖ୍ୟଉପକାରିତା:-
🥣 ପାଚନ ସମସ୍ୟା:-ଗ୍ୟାସ,ଅମ୍ଳତା(Acidity)ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ।
🩸ରକ୍ତ ଶୋଧନ:-ନାକରୁ ରକ୍ତପଡ଼ିବା କିମ୍ବା ମହିଳାଙ୍କ ଅଧିକ ରକ୍ତସ୍ରାବ ସମସ୍ୟାକୁ ଏହା ନିୟନ୍ତ୍ରଣ କରେ।
🛡️ ରୋଗ ପ୍ରତିରୋଧକଶକ୍ତି:-ଏହା ଶରୀରରImmunity ବଢ଼ାଇବା ସହ ମଧୁମେହ (Diabetes)ନିୟନ୍ତ୍ରଣରେ ସାହାଯ୍ୟ କରେ।
✨ ତ୍ବଚା ଓ ଆଖି:-ଘା-କ୍ଷତ ଶୁଖାଇବା ଏବଂ ଆଖିର ଜଳାପୋଡ଼ା କମ କରିବାରେ ଏହା ସହାୟକ।

- Advertisement -

Leave A Reply

Your email address will not be published.