ଆଜିର ରାଶିଫଳ

ଏପ୍ରିଲମାସ ୩୦ତାରିଖ ୨୦୨୬ମସିହା(ଗୁରୁବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ରାତ୍ରିଘ୦୮/୫୯ଗତେ ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୨/୪୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୭/୪୪,
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୫୯ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର,
ତୁଳା ଓ କୁମ୍ଭରାଶିରଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ଗତେ ଘ୦୬/୦୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୨୦ଗତେ ଘ୦୩/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୦ମଧ୍ୟେ ଓ ଘ୧୦/୧୦ଗତେ ଘ୧୨/୩୩ମଧ୍ୟେ,ଅଦ୍ୟ ବିରି ରାତ୍ରି ଘ୦୮/୫୯ଗତେ ଆମିଷଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କର ଆକସ୍ମିକ ଧନଲାଭ ଯୋଗ ରହିଛି। ସାହାଯ୍ୟର ହାତ ବଢାଇବାପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ।ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ :-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ।ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ
କର୍କଟ:-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସିହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ।ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରିପାରିବ।କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିରକାରଣ ହୋଇଥିଲା,ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କମନ କରିବଯେ,ଆପଣ ଆପଣଙ୍କ ସବୁକାମ ଏକ ପାର୍ଶ୍ୱରେ ରଖି ନିଜପରିବାର ଓ ବନ୍ଧୁମାନଙ୍କ ସହ ଭଲସମୟ ବ୍ୟତିତ କରନ୍ତୁ । ନିଜପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା :-ଆପଣ ଏପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ,ଏଥିରେ ଆପଣଙ୍କୁ ବହୁତ ଆନନ୍ଦମିଳିବ କିନ୍ତୁ ଏହା ଧ୍ୟାନରଖିବା ଉଚ଼ିତଯେ,ଏହି ଅଧିକାରସହିତ ଆପଣଙ୍କୁ ଅତିରିକ୍ତଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି,କିନ୍ତୁ କୌଣସିପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି।
ମକର:-ଏହି ସମୟ ନିଜସାଙ୍ଗସାଙ୍ଗରେ କୌଣସି କଳିକଜିଆରେ ପଡ଼ନ୍ତୁନାହିଁ ।ବୋଧହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି,ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି।ପ୍ରତିକ୍ଷେତ୍ରରେ ସତର୍କରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ:-ଅନ୍ୟଲୋକ ଆପଣଙ୍କଦୟାକୁ ଭୂଲବାଟରେ ନେବାପାଇଁ ଚ଼େଷ୍ଟା କରିବେ ।ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟାକରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନସହିତ ସମ୍ପର୍କ ଖରାପ ହୋଇଯାଇଛି।ଏହି ସମୟ ଆପଣ ନିଜକ୍ରୋଧକୁ ଆୟତ୍ତରେ ରଖିବାରସମୟ ଅଟେ।ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱଦେବା ଉଚ଼ିତ୍ ହେବ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

ଲିଭରେ ଚର୍ବିକମ କରିବାରଉପାୟ -(କଣଖାଇବେ,କଣନଖାଇବେ) 🫁
ଆମଶରୀର ସବୁଠୁ ବ୍ୟସ୍ତଅଙ୍ଗ ହେଉଛି ଆମ ଲିଭର।ଦିନରାତି ଏହା ଆମ ଶରୀରୁ ବିଷାକ୍ତପଦାର୍ଥ ବାହାରକରେ,ଖାଦ୍ୟହଜମ କରାଏ ଏବଂ ଶକ୍ତି ସଞ୍ଚୟ କରେ।କିନ୍ତୁ ଆଜିକାଲିର ଜୀବନଶୈଳୀ,ଫାଷ୍ଟଫୁଡ୍, ମଦ ଏବଂ ଅତ୍ୟଧିକ ଚିନି ଖାଇବାଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଘରେଘରେ ଦେଖାଦେଲାଣି। ଏସବୁଠାରୁ ଦୂରେଇ ରୁହନ୍ତୁ:-ଆପଣଙ୍କ ଲିଭର ଶତ୍ରୁ:-
ଚିନିଭରା ପାନୀୟ:-ସୋଢା,ପ୍ୟାକେଟ୍ ଫଳରସ। ଏଥିରେ ଥିବା ଫ୍ରୁକ୍ଟୋଜ୍ ସିଧା ଲିଭରେ ଚର୍ବି ଭାବେ ଜମା ହୁଏ।
ଧଳାବ୍ରେଡ୍,ମଇଦା,ବିସ୍କୁଟ:-ରିଫାଇନ୍ କାର୍ବୋହାଇଡ୍ରେଟ୍ ରକ୍ତରେ ଶର୍କରା ବଢ଼ାଏ ଏବଂ ଲିଭରଉପରେ ଚାପ ପକାଏ।
ମିଠା,ଚକୋଲେଟ୍,କ୍ୟାଣ୍ଡି:-ଅତ୍ୟଧିକ ଚିନି- ଲିଭରରେ ଚର୍ବି।
ଫାଷ୍ଟଫୁଡ୍,ପ୍ରୋସେସଡ୍ ମାଂସ:-ବର୍ଗର, ଫ୍ରେଞ୍ଚ ଫ୍ରାଇ, ସସେଜ୍। ଏଥିରେ ଟ୍ରାନ୍ସ ଫ୍ୟାଟ୍ ଏବଂ ପ୍ରିଜରଭେଟିଭ୍ ଲିଭରପାଇଁ ବିଷ ସମାନ।
ମଦ:-ଲିଭର ନଷ୍ଟହେବାର ସବୁଠୁ ବଡ଼କାରଣ।ଅଳ୍ପ ବିପଦଜନକ।
ଏସବୁକୁ ଆପଣାନ୍ତୁ – ଲିଭର ବନ୍ଧୁ
କଫି ଓ ଗ୍ରୀନ୍ ଟି:-ଗବେଷଣା କହୁଛି କଫି ଫ୍ୟାଟି ଲିଭର ରୋଗର ବିପଦ କମାଏ। ଗ୍ରୀନଟି ଥିବା ଆଣ୍ଟିଅକ୍ସିଡାଣ୍ଟ ଲିଭରକୁ ସୁରକ୍ଷା ଦିଏ।
ଗ୍ରୀକ୍ ଦହି,ଅଣ୍ଡା:-ଭଲ ପ୍ରୋଟିନ୍ ଲିଭର କୋଷର ମରାମତି କରେ।
ମାଛ, ମସୁରଡାଲି,ଡାଲିଜାତୀୟ ଖାଦ୍ୟ:-ଓମେଗା-3 ଏବଂ ଫାଇବର ଲିଭରରେ ଜମିଥିବା ଚର୍ବି କମାଇବାରେ ସାହାଯ୍ୟ କରେ।
ଲେମ୍ବୁ,ତୁଳସୀ:-ଏସବୁ ଲିଭରକୁ ଡିଟକ୍ସ କରିବାରେ ସାହାଯ୍ୟକରେ ଏବଂ ହଜମଶକ୍ତି ବଢ଼ାଏ।ମନେରଖନ୍ତୁ, ଲିଭର ନିଜେ ନିଜକୁ ଠିକ୍ କରିପାରେ, କେବଳ ତାକୁ ଟିକେ ସୁଯୋଗ ଦରକାର।ସଠିକ୍ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ପର୍ଯ୍ୟାପ୍ତପାଣି ପିଇଲେ ଆପଣଙ୍କ ଦୁଃଖୀ ଲିଭର ବି ହସିଉଠିବ।
Disclaimer:-ଏହି ସୂଚନା କେବଳ ସାଧାରଣ ଜ୍ଞାନ ଏବଂ ସଚେତନତା ପାଇଁ ଉଦ୍ଦିଷ୍ଟ। ଏହା କୌଣସି ପ୍ରକାର ଡାକ୍ତରୀପରାମର୍ଶ,ରୋଗ ନିର୍ଣୟ ବା ଚିକିତ୍ସାର ବିକଳ୍ପନୁହେଁ।ଏଭଳି କୌଣସି ସମସ୍ୟାଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

- Advertisement -

Leave A Reply

Your email address will not be published.