ଜୁନ୍ ମାସ୦୬ତାରିଖ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ(ମଳ)- କୃଷ୍ଣପକ୍ଷ, ତିଥି-ଷଷ୍ଠୀ ରାତ୍ରି ଘ୦୨/୫୬ ଗତେ ସପ୍ତମୀ,ନକ୍ଷତ୍ର-ଶ୍ରବଣ।ଦିବା ଘ୦୭/୦ ୨ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃଘ୦୫/୧୧/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୦୭,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୫୫ଗତେ ବାୟବ୍ୟେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ସିଂହରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୦୨/୫୬ଗତେ ଦ୍ଵିପ।ଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ମଧ୍ୟେ ଓ ଦିବା ଘ୦୪/୪୧ଗତେ ଘ୦୬/୨୦ମଧ୍ୟେ,ବାରବେଳା-ଦିବା ଘ୦୧/୨୫ଗତେ ଘ୦୩/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୦୬ଗତେ ଘ୦୪/୪୦ ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୭/୫୮ମଧ୍ୟେ ରାତ୍ରି ଘ୧୧/୫୯ ଗତେ ଘ୦୨/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୧ ଗତେ ଘ୧୧/୩୫ ମଧ୍ୟେ,ଅଦ୍ୟ ନିମ୍ବ ରାତ୍ରି ଘ୦୨/୫୬ ଗତେ ତାଳଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ।ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧିହେବ।କଳ୍ପନାବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ।ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ;ମାତ୍ର ବିଳମ୍ବରେ।ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ।ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ।ଅର୍ଥ ମିଳିବ।ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ।ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି।କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖାଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ;ମାତ୍ର ଅବଶେଷରେ ବିଜୟୀ ହେବେ।ସୁଖ-ସମ୍ମାନ ଲାଭ କରିପାରନ୍ତି।କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ।ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ।ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ।କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ।ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ।ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ।ବ୍ୟବସାୟ ଲାଭଜନକ ହେବ।
ମକର:- ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:- କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁଥିରେକି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତକରିବେ। ସୁସ୍ଥ ଓ ନିରାମୟ ରହିବେ।ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।

🧄 ସକାଳେ ଖାଲିପେଟରେ ୧-୨ କୋଲା କଞ୍ଚାରସୁଣ ଚୋବାଇ ଖାଇବା ଦ୍ୱାରା ମିଳୁଥିବା ଚମତ୍କାରୀ ଫାଇଦା:
❤️ 1.ରକ୍ତଚାପ କମାଏ-ରସୁଣରେ ଥିବା ଆଲିସିନ୍ ଉଚ୍ଚ ରକ୍ତଚାପ (High BP) ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
💖 2.ହୃଦୟକୁ ସୁରକ୍ଷା ଦିଏ-ଏହା ହୃଦଘାତ ବା ହାର୍ଟ ଆଟାକର ସମ୍ଭାବନାକୁ ହ୍ରାସ କରି ହୃଦୟକୁ ସୁସ୍ଥ ରଖେ।
🛡️ 3.ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରେ।
📉 4.କୋଲେଷ୍ଟ୍ରଲ କମାଏ-ରକ୍ତରେ ଜମି ରହିଥିବା ଖରାପ କୋଲେଷ୍ଟ୍ରଲ (LDL) ସ୍ତରକୁ କମାଇବାରେ ରସୁଣ ଖୁବ୍ ଉପଯୋଗୀ।
🤧 5.ଥଣ୍ଡା-କାଶ ଶୀଘ୍ର ଭଲକରେ- ରସୁଣର ଆଣ୍ଟି-ଭାଇରାଲ୍ ଗୁଣ ଥଣ୍ଡା, କାଶ ଓ କଫ ସମସ୍ୟାରୁ ଶୀଘ୍ର ଆରାମ ଦିଏ।
🍃 6.ଶରୀରକୁ ସଫା କରେ / ବିଷାକ୍ତ ପଦାର୍ଥ ବାହାର କରିଦିଏ – ଏହା ଏକ ପ୍ରାକୃତିକ ଡିଟକ୍ସିଫାୟର୍ ଭାବେ କାମ କରି ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିଦିଏ।
🦠 7.ସଂକ୍ରମଣରୁ ରକ୍ଷା କରେ – ରସୁଣରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ବିଭିନ୍ନ ପ୍ରକାରର ସଂକ୍ରମଣ ବା ଇନଫେକସନରୁ ରକ୍ଷା କରିଥାଏ।
Prev Post
Next Post
