ମେଣ୍ଢାଶାଳ,୨୦।୧(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାରୁଠେଙ୍ଗ ପଂଚାୟତର ଜୁଝଗଡ଼ ପାଟଣାସାହିର ସୋନି ସ୍ୱାଇଁଙ୍କ ବ୍ୟାଙ୍କ ଖାତାରୁ ସାଇବର ଚୋର ୭୦୧୦ଟଙ୍କା ନେଇଯାଇଥିବା ନେଇ ସାଇବର ଓ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାଇ ସୋମବାର ସନ୍ଧ୍ୟାରେ ପାଟଣାସାହିର ସୋନି ସ୍ୱାଇଁଙ୍କ ପାଖକୁ ଏହି ପଞ୍ଚାୟତର ଆଶାଦିଦି ପ୍ରତିମା ବେହେରା ଫୋନ କରି କଥା ହୋଇଥିଲେ।ଏହାପରେ ଡାକ୍ତର ସାର କଥା ହେବେ କହି ତାଙ୍କୁ ଲାଇନକୁ ଆଣି ଏକକାଳୀନ ତିନିଜଣ ଯାକ କଥା ହୋଇଥିଲେ।ମମତା ଯୋଜନା ପଇସା ପାଇଛକି ନାଇଁ ଡ଼ାକ୍ତର ବାବୁ ପଚାରିଥିଲେ।ଏହାପରେ ସୋନି ତାଙ୍କ ସ୍ବାମୀ ଶତ୍ରୁଘନଙ୍କୁ ମୋବାଇଲ୍ ଦେଇ କଥା ହେବାକୁ କହିଥିଲେ। ଟଙ୍କା ଆସିଛି କି ନାହିଁ ଚେକ୍ କରିବାକୁ ଡାକ୍ତର ବାବୁ କହିବା ପରେ ଶତ୍ରୁଘନ ପେଟିୟମ ଖୋଲି ଖୋଲୁ ସୋନିଙ୍କ ଖାତାରୁ ୭୦୧୦ ଟଙ୍କା କଟିଯାଇଥିଲା।ଏହା ଜଣାପଡିବା ପରେ ଆଶାଦିଦି ଆଉ ଡ଼ାକ୍ତର ଧରା ଦେଉନାହାନ୍ତି ବୋଲି ସୋନି ମଙ୍ଗଳବାର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)
