ଦିନିକିଆ ସେମିନାର

କଟକ, ୨୦।୧(ଏସଏସନିଉଜ) ବାରଙ୍ଗସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଦ୍ବାରା ମଙ୍ଗଳବାର ଦିନ ଏକ ରାଜ୍ୟସ୍ତରୀୟ ଦିନିକିଆ ସେମିନାର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପିକା ଡକ୍ଟର ପ୍ରଣମିତା ପତିଙ୍କ ପରିଚାଳନାରେ ଆୟୋଜିତ ସଭାରେ
ଇଂରାଜୀ ଭାଷା ଓ ସାହିତ୍ୟର ପ୍ରାଧ୍ୟାପକ ପ୍ରଫେସର ବସନ୍ତ କୁମାର ମିଶ୍ର,ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମାନସରଂଜନ ଦାଶମିଶ୍ର, ରାଜନୀତି ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୀତା, ଦ୍ରୌପଦୀ ଏବଂ ଶକୁନ୍ତଳାଙ୍କ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ରାମାୟଣ, ମହାଭାରତ ଆଦିର ପୃଷ୍ଠଭୂମିରୁ ବାହାରି ବର୍ତମାନ ସମୟରେ ଏହାର ତାତ୍ପର୍ଯ୍ୟ ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ଆଶୁତୋଷ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ କିଶୋର ଚନ୍ଦ୍ର ସାହୁ, ଡକ୍ଟର ସୁରେନ୍ଦ୍ର ସାହୁ, ଅନୀଲ କୁମାର ପାଢୀ,ସୁକାନ୍ତ କୁମାର ରାଉତ, ପ୍ରକାଶ କୁମାର ପରିଡା, ମାନସ କୁମାର ପାତ୍ର ପ୍ରମୁଖ ସହାୟତା କରିଥିଲେ।

- Advertisement -

Leave A Reply

Your email address will not be published.