ଆକ୍ସନ ମୁଡ୍‌ରେ ପୋଲିସ

0 199

ପୁରୀ,୧୯/୭(ଏସଏସନିୟୁଜ)ଆକ୍ସନ ମୁଡ୍‌ରେ ପୋଲିସ । ନୀୟମନମାନି କର୍ଫ୍ୟୁ ସମୟରେ ‘ବଡ଼ଦାଣ୍ଡକୁ ଆସିଲେ ବନ୍ଧା ହେବେ’ ବୋଲି ରୋକ୍‌ଠୋକ ଭାବେ ଜଣାଇଛି ପୋଲିସ । ବାହୁଡ଼ାଯାତ୍ରାକୁ ଶୃଙ୍ଖଳାର ସହ ଆୟୋଜନ ପାଇଁ ପୁଲିସ ପ୍ରଶାସନ ଅଣ୍ଟା ଭିଡ଼ିବାସହ ବଡ଼ଦାଣ୍ଡରେ ଫ୍ଲାଗମାର୍ଚ୍ଚ କରି ୧୪୪ ଧାରା ଏବଂ କର୍ଫ୍ୟୁ କଟକଣା ଲାଗୁ ସମୟରେ ଥିବା ନିୟମାବଳି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛି ।ଏଥିସହ ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇଛି।
ଆଜି ଜନ୍ମବେଦିରେ ସନ୍ଧ୍ୟା ଦର୍ଶନ ଦେବେ ମହାପ୍ରଭୁଙ୍କ । ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ହେଉଛି ଏ ବର୍ଷର ଶେଷ ଦର୍ଶନ। ଜନ୍ମଦେବୀରେ ଲୀଳାଖେଳା ଶେଷ କରି ଆସନ୍ତାକାଲି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ରାତି ୧୦ଟା ଭିତରେ ସନ୍ଧ୍ୟା ଦର୍ଶନ ନୀତି ସମ୍ପନ୍ନ ପରେ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଜୁଲାଇ ୨୦ ତାରିଖରେ ବାହୁଡ଼ା ନୀତି ଶେଷ ପରେ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହେବ। ଏହିଦିନ ହରିଶୟନ ଏକାଦଶୀ ନୀତି ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୨୧ରେ ସୁନାବେଶ ଓ ଗରୁଡ଼ଶୟନ ନୀତି, ଜୁଲାଇ ୨୨ରେ ରଥ ଉପରେ ଅଧରପଣା ନୀତି, ଜୁଲାଇ ୨୩ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ତେବେ ବାହୁଡ଼ା ଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ହୋଇଛି ।ଦିନ ୧୨ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ଦିନ ୨ଟା ୩୦ ପର୍ଯ୍ୟନ୍ତ ଚାଲିବ ପହଣ୍ଡି । ୨ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ୩ ରଥରେ ଛେରା ପହଁରା ନୀତି ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ନେଇ ସମୟ ନିର୍ଘଣ୍ଟ କରାଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.