ଆଜିର ଅନୁଚିନ୍ତା

ତାରିଖ - ୧୯:୦୭:୨୦୨୧,ସୋମବାର

0 641

💔ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ ।
💔ଦିନ ସାରା କାମ କରି ମଣିଷ ଯେତିକି ଥକି ନ ଥାଏ, କିଛି ସମୟର ଚିନ୍ତା, ନିରାଶା, ଭୟ ଆଉ ଅସନ୍ତୋଷ ଯୋଗୁଁ ତା’ଠାରୁ ଅଧିକ ଥକି ଯାଇଥାଏ ।
💔ଟଙ୍କା ଲୁଣ ପରି ହୋଇଥାଏ -ଯାହାର ଆବଶ୍ୟକତା ରହିଛି କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଗଲେ ଜୀବନର ସ୍ବାଦ ମଧ୍ୟ ଖରାପ ହୋଇ ଯାଇଥାଏ ।
💔”ଜୀବନ ମଧ୍ୟ ଏକ ଚିତ୍ର ଏବଂ ଭାଗ୍ୟ ମଧ୍ୟ ଭିନ୍ନ, ପାର୍ଥକ୍ୟ କେବଳ ରଙ୍ଗର, ଚିତ୍ର ତୁମେ ଚାହୁଁଥିବା ରଙ୍ଗରେ ତିଆରି, ଏବଂ ଭାଗ୍ୟ ଅଜ୍ଞାତ ରଙ୍ଗରେ ତିଆରି।”
💔ଆଜି କାଲି କାହାକୁ ଭଲ Advice ଦେବା ବି ଠିକ୍ ନୁହେଁ କାରଣ ସେ ଭାବିପାରେ ଏଥିରେ କିଛି ମନ୍ଦ Aim ଅଛି ।
🌺ପ୍ରତିଦ୍ବନ୍ଦିତା ଓ ତୁଳନାତ୍ମକ ମନୋଭାବ ନେଇ କୌଣସି ଜିନିଷର ଅସଲ ସୂରୂପ ଦେଖୁ ହୁଏ ନାହିଁ ଏ ଦୁନିଆକୁ ଦେଖୁବାକୁ ହେଲେ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ସହ ମନରେ ଅଲଗା ପ୍ରକାରର ଭାବଟିଏ ଦରକାର ।
🌺କୌଣସି ବସ୍ତୁ କିମ୍ବା ବ୍ୟକ୍ତିଙ୍କ ପ୍ରତି ଅତ୍ୟଧିକ ମୋହ ରଖନ୍ତୁ ନାହିଁ , କାହିଁକିନା ଭବିଷ୍ୟତରେ ତାହା ଆପଣଙ୍କର ଦୁଃଖର କାରଣ ହୋଇପାରେ ।
🌺●ଧନ,●ଯୌବନ, ●ନାରୀ, ଏବଂ ●ଭୋଜନ ଏ ଚାରିଟି ପାଇଁ ଦୁନିଆରେ ସମସ୍ତେ ପାଗଳ ହୋଇଥାନ୍ତି।
🌺” ହିଂସା “ଅତି ନିଜର ଲୋକମାନେ ହିଁ ବେଶି କରିଥାନ୍ତି ।
🌺ଯେତେ ବଡ ସ୍ବପ୍ନ ହେବ ସେତେ ବଡ କଷ୍ଟ ବି ହେବ, ଆଉ କଷ୍ଟ ଯେତେ ବଡ ହେବ Success ସେତେ ବଡ ପାଇବ ।
ଓଁ ନମଃ ଶିବାୟଶୁଭ ସକାଳ, ଆଜି ସୋମବାର ପ୍ରଭୁ ଦେବ ଦେବ ମହାଦେବ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ ।ଜୟ ଜଗନ୍ନାଥ,ଜୟ ସୋମନାଥ ।

Leave A Reply

Your email address will not be published.